ବିଦ୍ୟା ଷ୍ଟଡି ପଏଣ୍ଟ ପକ୍ଷରୁ ଗୁରୁଙ୍କୁ ଗଛ ଦେଇ ନିଆରା ଢଙ୍ଗରେ ଗୁରୁ ଦିବସ ପାଳନ

ସାରନଗରୀ : ପ୍ରାକ୍ତନ ରାଷ୍ଟ୍ରପତି ଡ଼.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଇଆସୁଅଛି । ପ୍ରତ୍ୟେକ ବର୍ଷ ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ବିଭିନ୍ନ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପାଳନ କରାଯାଏ । ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିଆରା ଢଙ୍ଗରେ ଗୁରୁଦିବସ ପାଳନ କରାଯାଇଥିଲ।।  ଛାତ୍ରଛାତ୍ରୀମାନେ ଥାଳିରେ ଫୁଲ ଚନ୍ଦନ ଧରି ଗୁରୁଙ୍କୁ ବନ୍ଦନା କରିଥିଲେ । ସରକାରଙ୍କ କୋଭିଡ଼ ନିୟମକୁ ପାଳନ କରି ଏହି କାର୍ୟ୍ୟକ୍ରମ କରାଯାଇଥିବାବେଳେ ଛାତ୍ରଛାତ୍ରୀଙ୍କ ତରଫରୁ ଗୁରୁମାନଙ୍କୁ ଉତରୀୟ ସହ ଉପହାରସ୍ୱରୂପ ବୃକ୍ଷଚାରା ପ୍ରଦାନ କରାଯାଇଥିଲ।। ଏଭଳି ଅଭିନବ କାର୍ୟ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉପହାରଟିଏ କିଣି ଦେଲେ ଆଜି ରହିବ କାଲି ନାହିଁ । କିନ୍ତୁ ଗୋଟିଏ ଗଛ ଗୁରୁ ଶିକ୍ଷ୍ୟର ସମ୍ପର୍କକୁ ଯୋଡ଼ି ରଖିବ । ଘରକୁ ନେବା ସହ ଗଛଟି ଲଗାଇ ସବୁଦିନ ପାଇଁ ପିଲାଙ୍କୁ ମନେ ରଖିବେ । ଏହି ଉପହାର ଜରିଆରେ ପ୍ରକୃତି,ପରିବେଶକୁ ସୁନ୍ଦର ରଖିବାକୁ ପିଲାମାନେ ବାର୍ତା ଦେଇଥିଲେ । ସମାଜର ସମସ୍ତ ବର୍ଗ ଗୁରୁମାନଙ୍କର ମହାନିର୍ମାଣର ସାମାଜିକ ଉତ୍ପାଦନ । ଏହି କାର୍ୟ୍ୟକ୍ରମରେ ଅତିଥି ଭାବେ ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ପରେଶ ଚନ୍ଦ୍ର ପ୍ରଧାନ, ସମାଜସେବୀ ଶ୍ରଦ୍ଧା ଷଢଙ୍ଗୀ,ବରିଷ୍ଠ ସାମ୍ବାଦିକ ଜଟାଧାରୀ ମାଝୀ,ସାମାଜିକ କର୍ମୀ ସମାଇ ସୋରେନ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସୁନୀଲ ସାମଲ, ରୋହିତ ସିଂହଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Comments are closed.