MEllora 950×100

ସମ୍ବଲପୁରର ସଙ୍ଗୀତ ଓ କ୍ରୀଡା ଜଗତର ଭୀଷ୍ମ ପିତାମହ ଗୁରୁ ଅରୁଣ ପ୍ରସନ୍ନ ସେଠଙ୍କ ପରଲୋକ

ସମ୍ବଲପୁର : ସମ୍ବଲପୁରର ସଙ୍ଗୀତ ଓ କ୍ରୀଡା ଜଗତର ଭୀଷ୍ମ ପିତାମହ ଗୁରୁ ଅରୁଣ ପ୍ରସନ୍ନ ସେଠ ଙ୍କ ମଙ୍ଗଳବାର ସକାଳ ସମୟରେ ତାଙ୍କର କୁଞ୍ଜେଲପଡା ସ୍ଥିତ ବାସଭବନରେ ୯୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ସେଠ ଙ୍କୁ ୧୯୭୭ ମସିହାରେ ‘ଯୁବ ଉଦୟନ’ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ପରିଣତ ବୟସରେ ମଧ୍ୟ ଶେଷ ପର୍ଯ୍ୟନ୍ତ ସଙ୍ଗୀ ଓ କ୍ରିଡା ପାଇଁ ସର୍ମପିତ ରହିଥିଲେ । ଏଣୁ ଝାଡୁଆପଡା ସ୍ଥିତ ଯୁବ ଉଦୟନ ଅନୁଷ୍ଠାନ ପକ୍ଷରୁ ଜଣେ ଶୁଭେଚ୍ଛୁ ଙ୍କୁ ହରାଇ ଅତ୍ୟନ୍ତ ମର୍ମାହତ ବୋଲି ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଦିବଙ୍ଗତ ଅମର ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ ପରିବାରଙ୍କୁ ସମବେଦନା ଜ୍ଞାପନ କରୁଛୁ ବୋଲି ଯୁବ ଉଦୟନ ପକ୍ଷରୁ ଶୋକବାର୍ତ୍ତାରେ କୁହାଯାଇଛି ।

Comments are closed.