କଠିନ ସମୟକୁ ଧୈର୍ଯ୍ୟର ସହ ସାମ୍ନା କର: ଗୁରପ୍ରୀତ

ଇଣ୍ଟରନ୍ୟାସନାଲ୍‍ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଇନଫର୍‍ମେସନ୍‍ ଟେକ୍ନୋଲୋଜି ଭୁବନେଶ୍ୱରର ୨୦୨୦-୨୧ ବ୍ୟାଚ୍‍ର ନୂତନ ଛାତ୍ରଛାତ୍ରୀଙ୍କ ପରିଚୟ କାର୍ଯ୍ୟକ୍ରମ ଜୁଲାଇ ୨୯ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନର ମହାମାରୀ ସ୍ଥିତି ପାଇଁ ଏବଂ ସାରା ଦେଶରେ କଲେଜଗୁଡିକ ଖୋଲା ନଥିବା ଓ ଏବେ ଅନ୍‍ଲାଇନ୍‍ କ୍ଲାସେସ୍‍ ଜରିଆରେ ପାଠପଢ଼ା ଜାରି ରହିଥିବା ଆଦିକୁ ବିଚାରକୁ ନେଇ ଏହି ନୂତନ ଛାତ୍ରଛାତ୍ରୀ ପରିଚୟ କାର୍ଯ୍ୟକ୍ରମକୁ ମଧ୍ୟ ଅନଲାଇନ୍‍ ପ୍ଲାଟଫର୍ମରେ ଆୟୋଜନ କରାଯାଇଛି।

ଏହି ଅଧିବେଶନରେ ଭାରତୀୟ ଜାତୀୟ ଫୁଟବଲ ଦଳର ଗୋଲକିପର ଓ ରେଡ୍‍ ବୁଲ୍‍ କ୍ରୀଡ଼ାବିତ୍‍ ଗୁରପ୍ରୀତ ସିଂହ ସାନ୍ଧୁ ଅନ୍‍ଲାଇନ୍‍ ଜରିଆରେ ଛାତ୍ରଛାତ୍ରୀମାନଙ୍କ ସହିତ ପରାମର୍ଶ କରି ଯୁବ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି କଠିନ ସମୟରେ ଦୃଢ଼ ଓ ସକାରାତ୍ମକ ମନୋଭାବ ରଖିବା ଏବଂ ଆବେଗିକ ଓ ମାନସିକ ଦୃଢ଼ତାର ଗୁରୁତ୍ୱ ବିଷୟରେ ପ୍ରମୁଖ ବାର୍ତ୍ତା ନେଇ ସେ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ। ନିଜର ଖେଳ, ଦୈନନ୍ଦୀନ ଜୀବନଶୈଳୀ ଓ ୟୁରୋପା କପ୍‍ର ଅନୁଭୂତିକୁ ନେଇ ବିଭିନ୍ନ ପ୍ରଶ୍ନର ସେ ଉତ୍ତର ମଧ୍ୟ ସାନ୍ଧୁ ଦେଇଥିଲେ। ରେଡ୍‍ ବୁଲ୍‍ ସହଯୋଗରେ ଏଣ୍ଟରପ୍ରେନ୍ୟୁଅରସିପ୍‍ ସେଲ୍‌ଫ ତରଫରୁ ଏହି ଅଧିବେଶନ ଆୟୋଜନ କରାଯାଇଥିଲା ଯାହା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଯାତ୍ରା ଆଗକୁ ବଢ଼ାଇବା ଲାଗି ଉତ୍ସାହିତ କରିଥିଲା।

Comments are closed.