ରଣଜିତ ସିଂହ ହତ୍ୟା ମାମଲାରେ ଗୁରମିତ ରାମ ରହିମ ଦୋଷୀ ସାବ୍ୟସ୍ତ

ପଞ୍ଚକୁଳା: ଆତ୍ମ ଘୋଷିତ ସାଧୁ ଗୁରମିତ ରାମ ରହିମ ସିଂହ ଏବଂ ଅନ୍ୟ ପାଞ୍ଚ ଅଭିଯୁକ୍ତଙ୍କୁ ରଣଜିତ ସିଂହ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ୨୦୦୨ ଜୁଲାଇ ୧୦ ତାରିଖ ଦିନ ଗୁରମିତଙ୍କ ଡେରା ସଚା ସୌଦାର ପୂର୍ବତନ ସମର୍ଥକ ରଣଜିତ ସିଂହଙ୍କୁ ହତ୍ୟା କରାଯାଇଥିଲା । କେନ୍ଦ୍ରୀୟ ତଦନ୍ତ ବୁ୍ୟରୋର ସ୍ୱତନ୍ତ୍ର ଅଦାଲତ ଗୁରମିତ ଏବଂ ପାଞ୍ଚ ସହ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ପ୍ରତି ଚଳିତ ମାସ ୧୨ ତାରିଖରେ ଦଣ୍ଡାଦେଶ ଶୁଣାଯିବ ବୋଲି ଅଦାଲତ କରିଛନ୍ତି । ସଂପ୍ରତି ଗୁରମିତ କାରାଗାରରେ ଅଛନ୍ତି । ତାଙ୍କର ଦୁଇ ମହିଳା ଅନୁଗାମୀଙ୍କୁ ବଳାକ୍ରାର କରିବା ଅଭିଯୋଗରେ ସଂପ୍ରତି ସେ ୨୦ ବର୍ଷ କାରାଦଣ୍ଡ ଭୋଗୁଛନ୍ତି । ୨୦୧୭ ଅଗଷ୍ଟରେ ସିବିଆଇ ଅଦାଲତ ତାଙ୍କୁ ଏହି ଦଣ୍ଡାଦେଶ ଦେଇଥିଲେ ।

Comments are closed.