କାର୍ତ୍ତିକ ୩ୟ ସୋମବାରରେ ଧବଳେଶ୍ୱର ପୀଠରେ ୧୪୪ ଧାରା

ଗୁରୁଡିଝାଟିଆ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଆସନ୍ତା ସୋମବାର ୮ତାରିଖ ଦିନ ଆଠଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି। କୌଣସି ଭକ୍ତ ପୀଠ ପରିସରକୁ ଯେଭଳି ନଯିବେ ସେଥିପାଇଁ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସ୍ୱାଇଁ ଗୁରୁଡିଝାଟିଆ ଥାନା ଅଧିକାରୀ ଓ ଚୌଦ୍ୱାର ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବରେ ଜଣାଇଛନ୍ତି। କରୋନା ସଂକ୍ରମଣ ଦୃଷ୍ଟିରୁ ଅହେତୁକ ଗହଳି ହେବାର ସମ୍ଭାବନା ଥିବାରୁ ପ୍ରଥମ ଓ ଦ୍ୱିତୀୟ ସୋମବାର ଭଳି ୩ୟ ସୋମବାର ମଧ୍ୟ ୧୪୪ଧାରା ଜାରି କରାଯାଇଛି। କେବଳ ପୂଜକମାନେ ପ୍ରଭୂଙ୍କ ନୀତିକାନ୍ତି ସଂପନ୍ନ କରିବେ।

Comments are closed.