ଭାରୋତ୍ତୋଳନରେ ଗୁର୍‌ଦୀପ୍‌ଙ୍କୁ କାଂସ୍ୟ

ବର୍ମିଂହାମ୍‌  : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ୧୭ତମ ପଦକ ହାସଲ କରିଛନ୍ତି ଗୁର୍‌ଦୀପ୍‌ ସିଂହ । ପୁରୁଷ ୧୦୯ କିଗ୍ରାରୁ ଉର୍ଦ୍ଧ୍ବ ବର୍ଗ ଭାରୋତ୍ତୋଳନରେ ଗୁରୁ୍‌ପ୍ରୀତ କାଂସ୍ୟ ପଦକ ହାସଲ କରିଛନ୍ତି। ଗୁର୍‌ଦୀପ୍‌ ମୋଟ ୩୯୦ କିଗ୍ରା ଭାରୋତ୍ତୋଳନ କରି ୨ୟ ସ୍ଥାନ ସହ କାଂସ୍ୟ ପଦକ ହାସଲ କରିଛନ୍ତି। ଏଥି ସହିତ ଭାରୋ‌ତ୍ତୋଳନରେ ଭାରତୀୟ ପ୍ରତିଯୋଗୀଙ୍କ ପଦକ ସଂଖ୍ୟା ୧୦ରେ ପହଞ୍ଚିଛି। ଗୁର୍‌ଦୀପ୍‌ ସ୍ନାଚରେ ୧୬୭ ଓ କ୍ଲିନ ଆଣ୍ଡ ଜର୍କରେ ୨୨୩ କିଗ୍ରା ସହ ମୋଟ ୩୯୦ କିଗ୍ରା ଭାରୋତ୍ତୋଳନ କରି ୩ୟ ସ୍ଥାନରେ ରହିଥିଲେ। ସେହିପରି ପାକିସ୍ତାନର ମହମ୍ମଦ ନୁର ଭଟ୍ଟ ସ୍ନାଚରେ ୧୭୩ ଓ କ୍ଲିନ ଆଣ୍ଡ ଜର୍କରେ ୨୩୨ କିଗ୍ରା ସହ ମୋଟ ୪୦୫ କିଗ୍ରା ଭାରୋତ୍ତୋଳନ କରି ସ୍ବର୍ଣ୍ଣ ଓ ନ୍ୟୁଜିଲାଣ୍ଡର ଡେଭିଡ୍‌ ଆଣ୍ଡ୍ୟୁ ଲିଟି ୩୯୪କିଗ୍ରା ଭାରୋତ୍ତୋଳନ କରି ରୌପ୍ୟ ପଦକ ଜିତିଥିଲେ।

Comments are closed.