କର୍ମି ସମ୍ମିଳନୀରେ ଆଜୀବନ କଂଗ୍ରେସ କର୍ମୀଙ୍କୁ ସମ୍ବର୍ଦ୍ଧନା

ଗୁଣୁପୁର: ସ୍ଥାନୀୟ ବିଜୁ କଲ୍ଯାଣ ମଣ୍ଡପରେ କଂଗ୍ରେସ ଦଳ ପକ୍ଷରୁ ଆୟୋଜିତ କଂଗ୍ରେସ ସମ୍ମିଳନୀରେ ଆଜୀବନ କଂଗ୍ରେସରେ ରହି କାର୍ଯ୍ୟ କରିଥିବା ବରିଷ୍ଠମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦଳପାଇଁ ସେମାନଙ୍କର ତ୍ୟାଗ ସମ୍ପର୍କରେ କହି ଉଚ୍ଚ ପ୍ରଶଂସା କରାଯାଇଥିଲା। ଏହି ଅବସରରେ ବେଲାଣା ଓ୍ବାସୁ, କେ ନାରାୟଣା, ମାର୍କଣ୍ଡ ବାଉରୀ, କୁସ ମହାନ୍ତି, ଆତୁକୁଲୁ ନାଗା ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରା ଯାଇଥିଲା। ବରିଷ୍ଠ ନେତା ବିଜୟ ଗମାଙ୍ଗଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କର୍ମି ସମ୍ମିଳନୀରେ ଡିସିସି ସଭାପତି ଦୁର୍ଗା ପଣ୍ଡା ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା କଥାକହି ପଞ୍ଚାୟତ ନିର୍ବାଚନରେ ସବୁ କଂଗ୍ରେସିଆ ଏକତାର ସହ ଲଢେଇ କରିବାକୁ ଆହ୍ବାନ କରିଥିଲେ। ଏହି ସମ୍ମିଳନୀରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଭିନ୍ନ ପଞ୍ଚାୟତ ରୁ ଶତାଧିକ କର୍ମୀ କଂଗ୍ରେସ ରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଦଳର ପାର୍ଥ ବର୍ଦ୍ଧନ, ରାଜୀବ ସାହୁ, ଦିବସ ରାଇକା, ଉପେନ୍ଦ୍ର ସାହୁ, ଶ୍ରୀକାନ୍ତ ବେହେରା, ଭୋଳା ମହାଙ୍କୁଡ, ତରଣୀ ଶତପଥି, ଚିତ ରଂଜନ ଗାଣ୍ଟା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.