ସାପ କାମୁଡାରେ ମହିଳା ମୃତ

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ବାଗସଲା ପଞ୍ଚାୟତ ଅନ୍ତର୍ଗତ ଦେଣ୍ଡୁଗୁଡା ଗ୍ରାମରେ ଜଣେ ମହିଳାଙ୍କ ସର୍ପ ଦଂଶନରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲ ତିମି ଶବର (୩୪) ।

ସୂଚନା ଅନୁଯାୟୀ, ଦେଣ୍ଡୁଗୁଡା ଗ୍ରାମର ତିମି ଶବର ସୋମବାର  କାନ୍ଦୁଲ ବାଡକୁ ଯାଇଥିବା ବେଳେ ଏକ ବିଷଧର ସାପ ଦଂଶନ କରିଥିଲା। ତେବେ ମହିଳା ଜଣକୁ ସେହି ଗ୍ରାମରେ ପ୍ରଥମେ ଘରୋଇ ଉପଚାର କରିଥିବା ବେଳେ ଗତକାଲି ସ୍ୱାସ୍ଥ୍ୟ ସମସ୍ୟା ବିଗିଡି ଯିବାରୁ ତାଙ୍କୁ ଉପଖଣ୍ଡ ଚିକିତ୍ସା ଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସା ଧିନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଛି। ଆଜି ଗୁଣପୁର ପୁଲିସ ଏକ ମାମଲା ରୁଜୁ କରିବା ପରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Comments are closed.