ବେଆଇନ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କଲା ପୁଲିସ ଓ ଅବକାରୀ ବିଭାଗ

ଗୁଣପୁର: ରାୟଗଡା ଜିଲା ପ୍ରଶାସନ ନିର୍ଦେଶକ୍ରମେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଡାଉ ଜାରି ରହିଛି। ଆଜି ପଦ୍ମପୁର ତହସିଲର ମହାଡିମ, ସୁନ୍ଦରପୁର ଏବଂ ହାତିବାଡି ବନାଞ୍ଚଳରେ ଚଡାଉ କରାଯାଇଛି। ରାୟଗଡା-ଗଜପତି ସୀମାନ୍ତ ଦୁର୍ଗମ ପାହାଡ଼ ଇଲାକରେ ଏହି ବେଆଇନ ଗଞ୍ଜେଇ ଚାଷ କରାଯାଇଛି। ଏହି ଚାଷକୁ କିଛି ଗଞ୍ଜେଇ ମାଫିଆ ଏବଂ ସ୍ଥାନୀୟ ଅଞ୍ଚଳର ଲୋକମାନେ ଥିବା ପୁଲିସ ସନ୍ଦେହ କରିଛି। ଗୁଣପୁର ଏସଡିପିଓ ଅଜୟ ବାରିକଙ୍କ ନେତୃତ୍ୱରେ ବନ, ରାଜସ୍ୱ, କୃଷି, ଅବକାରୀ ବିଭାଗର ମିଳିତ ଭାବେ ଚଡାଉ କରି ୬୬ଏକର ରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇଛି। ଯାହାର ବଜାରର ଆନୁମାନିକ ମୂଲ୍ୟ ୬କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଗୁଣପୁର ଏସଡିପିଓ ସୂଚନା ଦେଇଛନ୍ତି। ଆଜି ପୁଲିସ ବିଭାଗ ତରଫରୁ ୪୦ଏକରରେ ଗଞ୍ଜେଇ ଗଛକୁ ନଷ୍ଟ କରିଥିବା ବେଳେ ଅବକାରୀ ବିଭାଗ ତରଫରୁ ୨୦ ଏକର ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରିଛି।

 

ଏହାପୂର୍ବରୁ ଗତ କାଲି ମଧ୍ୟ ୫୫ଏକର ରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଡାଉ କରାଯାଇଥିଲା। ଦୁଇଦିନରେ ମୋଟ ୧୧୫ଏକର ଲାଗିଥିବା ବେଆଇନ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରିଛି ଏହି ଟିମ। ଆଗକୁ ଏହି ଚଡାଉ ମଧ୍ୟ ଆହୁରି ବ୍ୟାପକ କରାଯିବ ଏବଂ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଦୃଡ଼ କାର୍ୟ୍ୟନୁଷ୍ଠାନ ନିଆଯିବ ବୋଲି ପୁଲିସ ଓ ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହି ଚଡାଉ ସମୟରେ ଗୁଡାରି ଆଇଆଇସି ସୁଶାନ୍ତ କୁମାର ତାଉଡ଼ିଆ, କେନ୍ଦୁଗୁଡା ଫାଣ୍ଡି ଅଧିକାରୀ କିଶୋର ଚନ୍ଦ୍ର ବେହେରା, ଗୁଣପୁର ଅବକାରୀ ବିଭାଗ ମାଧବ କୌଶଲ୍ୟା ଏବଂ ଗୁଡାରି ଅବକାରୀ ବିଭାଗ ଏଏସଅାଇ ମାଧବ ଚୌଧୁରି ଏବଂ ସଶସ୍ତ୍ର ପୁଲିସ ଷ୍ଟାଫ ଏବଂ ଅବକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ। ମାଝିଷ୍ଟ୍ରେଟ ହିସାବରେ ଗୁଣପୁର ଆଡ଼ିସିନାଲ ତହସିଲଦାର କପିଳେଶ୍ୱର ତାଣ୍ଡି ଉପସ୍ଥିତ ରହିଥିଲେ।

Comments are closed.