ପିକଅପ ଗାଡି ଧକ୍କାରେ ବାଳକ ମୃତ

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ପୁଟାସିଂ ନିକଟସ୍ଥ ବରେଇ ଗ୍ରାମ ଛକ ନିକଟରେ ପିକଅପ ଧକ୍କାରେ ଜଣେ ବାଳକର ମୃତ୍ୟୁ ଘଟିଛି। ବୁଧବାର ଦିନ ସାଢେ ୨ଟା ସମୟରେ ଏକ ବୋଲେରୋ ପିକଅପ ଗାଡି ନାକସୁଆଲ ରାଇକା ନାମକ (୫ବର୍ଷ) ବାଳକକୁ ଧକ୍କା ଦେବାରୁ ଘଟଣାସ୍ଥଳେ ହି ତାର ମୃତ୍ୟ ଘଟିଥିଲା। ଦୁର୍ଘଟଣା ଘଟିବା ପରେ କିଛି ସମୟପାଇଁ ସେଠାରେ ଉତ୍ତେଜନା ଲାଗିରହିଥିଲା। ଗୁଣପୁର ଏସ୍ଡିପିଓ ଅଜୟ କୁମାର ବାରିକ ଏବଂ ପୁଟାସିଂ ଥାନା ଅଧିକାରୀ ଦୀନବନ୍ଧୁ ଶବର ଘଟଣା ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝାକରି ଶବ ଜବତ କରିଥିଲେ। ଗାଡି ଡ୍ରାଇଭର ଗିର୍ଜନ ରାଇକାକୁ ପୁଟାସିଂ ପୋଲିସ ଅଟକ ରଖିଥିବା ବେଳେ ଏନେଇ ଥାନା କେଶ ନଂ ୫୮/୨୧ ମାମଲା ରୁଜୁ କରାଯାଇଛି ବୋଲି ପୋଲିସ କହିଛି।

Comments are closed.