ବନ୍ଧୁକ ଜବତ, ୩ ଗିରଫ

ଗୁଣପୁର: ଗୁଣପୁର ପୋଲିସ ବନ୍ଧୁକ ଜବତ କରିବା ସହ ବନ୍ଧୁକ ତିଆରି କାରାଖାନା ଉପରେ ଚଢାଉ କରି ୩ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ନୟାଗଡ ଜିଲା ଦଶପଲା ଅଞ୍ଚଳର ଦେବ ଦୁଲଭ ମହାପାତ୍ର  । ଅନ୍ୟ ଦୁଇ ଜଣ ହେଲେ ଫୁଲବାଣି ଜିଲା ଅନ୍ତର୍ଗତ ଚକାପାଦ ଗ୍ରାମର ତ୍ରିନାଥ ବିନ୍ଧାଣି ଏବଂ ଭାବଗ୍ରାହୀ ବିନ୍ଧାଣି ବୋଲି ଆଇଆଇସି ଯଶବନ୍ତ ହିଲାଲ ସୂଚନା ପ୍ରଦାନ କରିଛନ୍ତି । ଘଟଣା ନେଇ ଆଇଆଇସି ହିଆଲଙ୍କ କହିବା ହେଲା କୌଣସି ସୁତ୍ରରୁ ପୋଲିସ ଖବର ପାଇ ରାମନାଗୁଡା ବ୍ଲକ ଉକୁମ୍ୱା ଗ୍ରାମରେ ମଙ୍ଗଳବାର ଭୋର ୪ଟା ସୟମରେ ଚଢାଉ କରିଥିଲେ । ଦଶପଲା ଅଞ୍ଚଳର ଦେବ ଦୁଲଭ ଉକୁମ୍ୱା ଅଞ୍ଚଳରେ ଚାଲିଥିବା ରାସ୍ତା କାର୍ଯ୍ୟରେ ନିୟୋଜିତ ହୋଇଥିବା ଏକ ଜେସିବିରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ।

 

ଦେବ ଦୁଳଭଙ୍କ ଘରେ ଚଢାଉ କରିବାବେଳେ ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୩ଟି ଗୁଳି, ୫ଟି ଛୋଟ ଆଇରନ ଚିପସ, ଗୋଟିଏ ବଡ ଛୁରି ଜବତ ହୋଇଥିଲା । ଦେବ ଦୁଲଭଙ୍କୁ ଗିରଫ କରିବା ପରେ ଘଟଣା ନେଇ ଗୁଣପୁର ଥାନାରେ ପୋଲିସ ମାମଲା ରୁଜୁ କରି ତଦନ୍ତି କରିଥିଲେ । ଅଧିକା ପଚରା ଉଚରା କରିବା ପରେ ବନ୍ଧୁକ ଏବଂ ଗୁଳି କେଉଁଠାରୁ ଆଣିଥିବା ପଚାରିବାରୁ ଚକାପାଦରୁ ଆଣିଥିବା କହିଥିଲେ । ଏହାପରେ ଗୁଣପୁର  ପୋଲିସ ଚକାପାଦକୁ ଯାଇ ତ୍ରିନାଥ ଏବଂ ଭାବଗ୍ରାହିଙ୍କ ଘରେ ଚଢାଉ କରିଥିଲେ । ଚଢାଉ ସମୟରେ ସେମାନେ ବନ୍ଧୁକ ସେଠାରେ ତିଆରି କରୁଥିବା ଏବଂ ଅନ୍ୟ ମାନଙ୍କୁ ବିକ୍ରୟ କରୁଥିବା ଜାଣିଥିଲେ  । ଶେଷରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟି ରାଇଫଲ,ଗୋଟିଏ ପିସ୍ତଲ ଏବଂ ରିଭଲଭର ସହ ବନ୍ଧୁକ ତିଆରି ସାମଗ୍ରି, ଯନ୍ତ୍ରପାତି ଜବତ କରିଥିଲେ । ଅଭିଯୁକ୍ତ ମାନଙ୍କୁ ବୁଧବାର କୋର୍ଟ କରାଯିବା ବୋଲି ଆୟୋଜିତ ହୋଇଥିବା ଖବରଦାତା ସମ୍ମିଳନିରେ ଆଇଆଇସି ଯଶବନ୍ତ ହିଆଲ ସୂଚନା ପ୍ରଦାନ କରିଥିଲେ । ଏହି ଖବରଦାତା ସମ୍ମିଳନିରେ ପୋଲିସ ଏସଆଇ ସୁଶାନ୍ତ ବେହେରା ଉପସ୍ଥିତ ରହିଥିଲେ ।

Comments are closed.