ଗୁଣପୁର ଉପଖଣ୍ଡ ମେଡିକାଲରେ କରୋନା ଗର୍ଭବତୀ ମହିଳାଙ୍କ ପ୍ରସବ

ଗୁଣପୁର:ସ୍ଥାନୀୟ ଉପଖଣ୍ଡ ମେଡିକାଲରେ କରୋନା ଗର୍ଭବତୀ ମହିଳା ଶିଶୁକନ୍ୟା ଜନ୍ମଗ୍ରହଣ କରିଛନ୍ତି। ଗତକାଲି ଭୀମପୁର ଗ୍ରାମର ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକ ମେଡିକାଲରେ ଭର୍ତ୍ତି କରିଥିଲେ। ଗର୍ଭବତୀ ମହିଳାଜଣଙ୍କୁ ପ୍ରଥମେ କୋଭିଡ ପରକ୍ଷା କରିବାରୁ କରୋନା ସଂକ୍ରମିତ ଥିବା ଜଣାପଡିଥିଲା। ତାପରେ ଡାକ୍ତର କୋଭିଡ ନିୟମକୁ ଦୃଷ୍ଟିରେ ରଖି ମହିଳାଙ୍କୁ ପ୍ରସବ କରାଇଥିଲେ। ଗତକାଲି ସନ୍ଧ୍ୟା ୮.୨୫ରେ ଡାକ୍ତର ସନ୍ଦିପ ସ୍ୱାଇଁ, ନର୍ସ ତପସ୍ୱିନୀ ନାୟକ ଉଭୟଙ୍କ ଉଦ୍ୟମରେ ମହିଳାଙ୍କୁ ପ୍ରସବ କରାଇଥିଲେ। ମହିଳାଜଣକ ଶିଶୁକନ୍ୟା ଜନ୍ମ ନେଇଥିବାବେଳେ ବର୍ତ୍ତମାନ ଏହି ନବଜାତ ଶିଶୁ ଓ ପ୍ରସବ ମହିଳା ସୁସ୍ଥ ଅଛନ୍ତି। ଶିଶୁର ଓଜନ ୨କେଜି ୬୦୦ଗ୍ରାମ ଥିବା ଡାକ୍ତର ପ୍ରକାଶ କରିଛନ୍ତି। ଉଭୟ ମା’ ଓ ଛୁଆକୁ କୋଭିଡ ଆଇସଲେସନ କୋଠରୀରେ ରଖି ଚିକିତ୍ସାଚାରୀ ରହିଛି ବୋଲି ମେଡିକାଲ ଅଧିକ୍ଷକ ରମେଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି। ଏହ ମେଡିକାଲରେ ପୂର୍ବରୁ ଜଣେ କରୋନା ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇଥିଲେ ଏଠାକାର ଡାକ୍ତର।

Comments are closed.