ଜିଏସଟି ଠକେଇ: ଲୁହା ବୋଝେଇ ଟ୍ରକରୁ ଆଦାୟ ହେଲା ୪ ଲକ୍ଷ ୬୦ ହଜାର ଟଙ୍କା

ଗୁଣପୁର:ଲକ୍ଷାଧିକ ଟଙ୍କାର ଜିଏସଟି ଠକେଇର ପର୍ଦ୍ଦାଫାସ ହୋଇଛି। ଗୋଟିଏ ଲୁହା ରଡ ବୋଝେଇ ଟ୍ରକରୁ ଜରିମାନା ବାବଦକୁ ଆଦାୟ ହୋଇଛି ୪ ଲକ୍ଷ ୬୦ ହଜାର ଟଙ୍କା। ରାୟଗଡା ଜିଏସଟିର ଏନଫର୍ସମେଣ୍ଟ ଟିମ ପକ୍ଷରୁ ଚଢାଉ ପରେ ଏହି ଠକେଇ ନଜରକୁ ଆସିଛି। ଘଟଣାର ଜଣାଯାଏ ମଙ୍ଗଳବାର ରାଉରକେଲାର ସ୍ପଞ୍ଜ ଆଇରନ କମ୍ପାନୀରୁୁ ଏକ ଲୁହା ବୋଝେଇ ଟ୍ରକ ଗୁଣପୁର ଆସିଥିଲା। ଗୁଣପୁରର ସଞ୍ଜିବ ଟ୍ରେଡର୍ସକୁ ଏହି ଲୁହା ବଝୋଇ ଟ୍ରକ ରହଥିଲା। ରାୟଗଡା ଜିଏସଟିର ଏନଫର୍ସମେଣ୍ଟ ୟୁନିଟର ଟିମ ସୂଚନା ପାଇ ଗୁଣପୁର ଆସି ଟ୍ରକକୁ ଜବତ କରିବା ସହ କାଗଜ ପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ କୌଣସି କାଗଜ ପତ୍ର ଯଥା ୱେ ବିଲ, ବିଲ ଏପରିକି କୌଣସି ନଥି ପତ୍ର ଠିକ ନଥିଲା। ଏହା ବେଆଇନ ଭାବେ ଚାଲାଣ ହେଉଥିବା ଏନଫର୍ସମେଣ୍ଟ ଟିମ ଜାଣିବାକୁ ପାଇଥିଲେ। ଫଳରେ ଏହି ଟ୍ରକରୁ ଜରିମାନା ବାବଦରେ ୪ ଲକ୍ଷ ୬୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ଡେପୁଟି କମିଶନର ତପନ ପାଢୀ ସୂଚନା ପ୍ରଦାନ କରିଛନ୍ତି।

Comments are closed.