ରାଇଘର ଅଞ୍ଚଳରେ ବନ୍ଧୁକ କାରଖାନା ଠାବ  

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ରାଇଘର ଥାନା ଅଞ୍ଚଳର ମାଣ୍ଡିଆବେଡା ଗ୍ରାମରେ ଏକ ବନ୍ଧୁକ କାରଖାନା ଠାବ କରିଛି ପୋଲିସ ।

ଆଜି କୌଣସି ସୂତ୍ରରୁ ଖବର ପାଇ ରାଇଘର ପୋଲିସ ରାଇଘର ଥାନା ଅନ୍ତର୍ଗତ ହାତିଗାଁ ପଞ୍ଚାୟତର ମାଣ୍ଡିଆବେଡା ଗ୍ରାମରେ ଚଢାଉ କରି ସଗରାମ ଲୋହାରା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା । ତା’ ଘରୁ ଦୁଇଟି ଅର୍ଦ୍ଧ ନିର୍ମିତ କାଠ ବନ୍ଧୁକ ସହ ଛଅଟି ବେରେଲ୍ ପାଇପ୍, ଟ୍ରିଗର ଛଅଟି, ଚାରିଟି ସେଫ୍ଟୁ ଲୋକ୍, ଚାରିଟି ହାତୁଡ଼ି ସହ ଦୁଇଟି କିପେଡ ମୋବାଇଲ ଜବତ କରାଯାଇଛି । ଏନେଇ ରାଇଘର ଥାନାରେ କେସ ନମ୍ବର ୧୨୭/୨୧ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଉମରକୋଟ ଏସଡିପିଓ ଦିନେଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

Comments are closed.