୬୫ତମ ଫିଲ୍ମଫେୟାର ଆୱାର୍ଡ: ୧୦ଟି ବର୍ଗରେ ବାଜିମାରିନେଲା ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ‘ଗଲିବୟ’

ଗୌହାଟୀ: ଶେଷ ହୋଇଛି ୬୫ତମ ଫିଲ୍କଫେୟାର ଆୱାର୍ଡ ଉତ୍ସବ। ଆଉ ଏଥିରେ ବାଜି ମାରିନେଇଛି ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଲିବୟ’। ଆସାମର ଗୌହାଟୀ ସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ୬୫ତମ ଫିଲ୍ମଫେୟାର ଆୱାର୍ଡ ଉତ୍ସବରେ ‘ଗଲିବୟ’କୁ ୧୦ଟି ବର୍ଗରେ ପୁରସ୍କାର ମଳିଛି।

ଗଲିବୟ ‘ଶ୍ରେଷ୍ଠ ଚଳଚ୍ଚିତ୍ର’ ଭାବେ ପୁରସ୍କାର ହାତେଇଥିବା ବେଳେ ‘ଶ୍ରେଷ୍ଠ ନିର୍ଦ୍ଦେଶକ’, ‘ଶ୍ରେଷ୍ଠ ଅଭିନେତା’, ‘ଶ୍ରେଷ୍ଠ ଅଭିନେତ୍ରୀ’, ‘ଶ୍ରେଷ୍ଠ ସହ ଅଭିନେତା’, ‘ଶ୍ରେଷ୍ଠ ସହ ଅଭିନେତ୍ରୀ’ ‘ଶ୍ରେଷ୍ଠ ଗୀତିକାର’, ‘ଶ୍ରେଷ୍ଠ ଚିତ୍ରନାଟ୍ୟ’, ‘ଶ୍ରେଷ୍ଠ ମ୍ୟୁଜିକ୍ ଆଲ୍‌ବମ୍‌’ ଓ ‘ଶ୍ରେଷ୍ଠ ସଂଳାପ’ ପୁରସ୍କାର ବି ନେଇଛି।
‘ଗଲି ବୟ’ ଫିଲ୍ମ ପାଇଁ ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କୁ ଯଥାକ୍ରମେ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି। ସେହିଭଳି ଜୋୟା ଅଖତର ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି। ‘ଗଲି ବୟ’ର ଗୀତ ‘ଆପ୍‌ନା ଟାଇମ୍‌ ଆୟେଗା’ ପାଇଁ ଡିଭାଇନ୍ ଓ ଅଙ୍କୁର ତିୱାରୀ ‘ଶ୍ରେଷ୍ଠ ଗୀତିକାର’ ଭାବେ ଫିଲ୍ମଫେୟାର ଆୱାର୍ଡ ପାଇଛନ୍ତି। ‘ଶ୍ରେଷ୍ଠ ଚିତ୍ରନାଟ୍ୟ’ ପାଇଁ ରୀମା କଗତି ଓ ଜୋୟା ଅଖତର ଏବଂ ‘ଶ୍ରେଷ୍ଠ ସଂଳାପ’ ପାଇଁ ବିଜୟ ମୌର୍ୟ୍ୟ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ସେହିଭଳି ସିଦ୍ଧାନ୍ତ ଚତୁର୍ବେଦୀ ଓ ଅମୃତା ସୁଭାଷଙ୍କୁ ଯଥାକ୍ରମେ ଶ୍ରେଷ୍ଠ ସହ ଅଭିନେତା ଓ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

Comments are closed.