MEllora 950×100

ଆଜି ଗୁଜରାଟ, ହିମାଚଳ ଭୋଟ ଗଣତି

ନୂଆଦିଲ୍ଲୀ : ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିମନ୍ତେ ହୋଇଥିବା ମତଦାନର ଭୋଟ ଗୁରୁବାର ଗଣତି ହେବ। ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗୁଜରାଟର ୧୮୨ଟି ବିଧାନସଭା ଆସନ ଓ ହିମାଚଳ ପ୍ରଦେଶର ୬୮ଟି ଆସନର ଭୋଟ ଗଣତି ହେବ। ନଭେମ୍ବର ୧୨ରେ ହିମାଚଳ ପ୍ରଦେଶର ସମସ୍ତ ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ସେହିପରି ଡିସେମ୍ବର ୧ ଓ ୫ ତାରିଖ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିମନ୍ତେ ଭୋଟ ଗ୍ରହଣ ହୋଇଥିଲା। ନିର୍ବାଚନ ପର ବୁଥ ବାହୁଡା ମତ ଅନୁଯାୟୀ ଗୁଜରାଟରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇ ୭ମ ଥର ପାଇଁ ସରକାର ଗଠନ କରିବ ବୋଲି ପୂର୍ବାନୁମାନ କରାଯାଇଛି। ମାତ୍ର ହିମାଚଳ ପ୍ରଦେଶରେ ବିଜେପି ଓ କଂଗ୍ରେସ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିବ ନାହିଁ ବୋଲି ଏକଜିଟ୍ ପୋଲ୍‌ରେ ପୂର୍ବାନୁମାନ କରାଯାଇଛି। ତେବେ ଗୁରୁବାର ଭୋଟ ଗଣତି ପରେ ଏହି ପୂର୍ବାନୁମାନ ବାସ୍ତବତା ଜଣାପଡ଼ିବ।

Comments are closed.