ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି: ଗତକାଲି ଭାଷଣ ଦେବାବେଳେ ହୋଇଥିଲେ ଚେତାଶୂନ୍ୟ, ଆଜି କରୋନା ପଜିଟିଭ୍ ଚିହ୍ନଟ

ଅହମ୍ମଦାବାଦ: ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ମଞ୍ଚ ଉପରେ ଭାଷଣ ଦେଉଥିବାବେଳେ ସେ ଚେତାଶୂନ୍ୟ ହୋଇପଡିଥିଲେ। ଚେତାଶୂନ୍ୟ ହୋଇପଡ଼ିବା ପରେ ତାଙ୍କୁ ୟୁଏନ୍ ମେହତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯିବା ସହ କୋଭିଡ ଟେଷ୍ଟ ମଧ୍ୟ ହୋଇଥିଲା। ତେବେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟଲ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ଆଗାମୀ ୨୪ ଘଣ୍ଟା ପାଇଁ ତାଙ୍କୁ ଅବଜରଭେସନରେ ରଖାଯାଇଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଲଗାତାର ଭାବେ ଚାପରେ ରହୁଥିବାରୁ ତାଙ୍କର ରକ୍ତଚାପ କମିଯାଇଥିଲା। ସେଥିପାଇଁ ଏଭଳି ସମସ୍ୟା ଦେଖାଦେଇଥିଲା । ତେବେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି।

ରବିବାର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଭଦୋଦରାର ନିଜାମପୁରରେ ନଗରପାଳିକା ନିର୍ବଚନ ପ୍ରଚାର ପାଇଁ ପହଞ୍ଚିଥିଲେ। ସେଠାରେ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ହଠାତ୍ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଥିଲେ। ତାଙ୍କ ନିକଟରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଏବଂ କିଛି ନେତାମାନେ ତାଙ୍କୁ ଧରି ପକାଇଥିଲେ। ଏହାପରେ ମଞ୍ଚ ଉପରକୁ ଡାକ୍ତର ଅାସି ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ଏହାପରେ ତାଙ୍କ ନିର୍ବାଚନ ପ୍ରଚାର କାର୍ୟ୍ୟକ୍ରମକୁ ବାତିଲ କରାଯାଇଥିଲା।

Comments are closed.