ଗୁଜରାଟର ରାସାୟନିକ କାରଖାନାରେ ବିସ୍ଫୋରଣ ; ୫ ମୃତ, ୪୦ ଆହତ

ଅହମ୍ମବାଦ : ଗୁଜରାଟର ଭାରୁଚରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ପ୍ରାୟ ୪୦ ଜଣ କର୍ମଚାରୀ ନିଆଁରେ ପୋଡି ହୋଇ ଆହତ ହୋଇଛନ୍ତି।

ଭାରୁଚ ପୁଲିସ ଅଧୀକ୍ଷକଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ସମସ୍ତ ଆହତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନିଆଁ ଲିଭା କାର୍ଯ୍ୟ ୧୦ଟି ଦମକଳ ବାହିନୀ ନିୟୋଜିତ ହୋଇଛି।

Comments are closed.