ଗୁଜରାଟ ପୁଲିସ ଦ୍ୱାରା ୬୦୦ କୋଟି ଟଙ୍କାର ହେରୋଇନ ଜବତ; ୩ ଗିରଫ

ଅହମଦାବାଦ: ଗୁଜରାଟ ପୁଲିସର ଏକ ସ୍ୱତନ୍ତ୍ର ଦଳ ୧୨୦ କିଲୋଗ୍ରାମ ଓଜନର ହେରୋଇନ ଜବତ କରିଛନ୍ତି । ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ପ୍ରାୟ ୬୦୦ କୋଟି ଟଙ୍କା ହେବ ବୋଲି ଜଣାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ରାଜ୍ୟ ପୁଲିସର ଏଟିଏସ ଏହି ବେଆଇନ ନିଶାଦ୍ରବ୍ୟକୁ ଜବତ କରିଥିଲେ । ଏହାକୁ ସମୁଦ୍ର ପଥରେ ପାକିସ୍ତାନରୁ ଅଣାଯାଇଥିଲା । ପାକିସ୍ତାନରୁ ଆସିଥିବା ଏକ ଡଙ୍ଗାରୁ ଗିରଫ ତିନିଜଣ ଉକ୍ତ ହେରୋଇନକୁ ସଂଗ୍ରହ କରିଥିବା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଆଶିଷ ଭାଟିଆ କହିଛନ୍ତି ।

Comments are closed.