ନିର୍ମାଣାଧୀନ ଅଟ୍ଟାଳିକାର ଲିଫ୍ଟ ଖସି ଆଠ ମୃତ

ଅହମ୍ମଦାବାଦ : ଗୁଜରାଟର ଅହମ୍ମଦାବାଦରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏକ ନିର୍ମାଣାଧୀନ ଅଟ୍ଟାଳିକାର ଲିଫ୍ଟ ଭାଙ୍ଗି ଖସି ଯିବାରୁ ଆଠ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଲିଫ୍ଟ କିପରି ଭାଙ୍ଗିଛି ସେନେଇ କୌଣସି ସ୍ପଷ୍ଟତା ମିଳିପାରି ନାହିଁ। ଘଟଣାକୁ ନେଇ କୌଣସି ବିଶେଷ ସୂଚନା ମଧ୍ୟ ଏଯାଏଁ ମିଳିପାରି ନାହିଁ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅହମ୍ମଦାବାଦ ବିଶ୍ୱବିଦ୍ୟାଳୟ ନିକଟରେ ଏହି ଘଟଣା ଘଟିଛି। ଉକ୍ତ ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଚାଲି ଥିବା ସମୟରେ ଲିଫ୍ଟ ହଠାତ୍‍ ଖସିବା ଫଳରେ ପ୍ରାୟ ଆଠ ଶ୍ରମିକଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣା ନେଇ ପୁଲିସକୁ ଖବର ଦିଆଯିବା ସହ ତଦନ୍ତ ଆରମ୍ଭ ହୋଇଛି।

Comments are closed.