ସୁରଟରେ ଡାଇଙ୍ଗ ମିଲ୍‍ ରେ ଅଗ୍ନିକାଣ୍ଡ ; ୩ ମୃତ

ଗୁଜରାଟ : ଗୁଜରାଟର ସୁରଟ ସହରର ପଲସାଣା ଅଞ୍ଚଳରେ ଏକ ଅଘଟଣ ଘଟିଥିବା ନେଇ ଆଜି ଖବର ମିଳିଛି। ଏଠାରେ ଥିବା ଏକ ଡାଇଙ୍ଗ ମିଲ୍‍ ରେ ଗୁରୁବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ଖବର ପାଇ ୧୮ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟାଜିତ ହୋଇଥିଲେ। ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିଶମ କର୍ମଚାରୀଙ୍କ କହିବାନୁଯାୟୀ କଳାକାରଖାନାର ପ୍ରଥମ ମହଲାରେ ହଠାତ ନିଆଁ ଲାଗିଯାଇଥିଲା। ନିଆଁ ଖୁବ ଭୟଙ୍କର ଥିବା ସହ ବହୁ ସମୟ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳ ଧୂଆଁମୟ ରହିଛି। ଜିନିଷ ତଳେ ଦବି ହୋଇ ଉକ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଭାବେ ବାହାରକୁ ପଳାଇ ଆସିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକୀୟ ତଦନ୍ତ ଆରମ୍ଭ କରିଛି।

Comments are closed.