ଆସନ୍ତା କାଲିଠାରୁ ତୃତୀୟ ପର୍ଯ୍ୟାୟ ଲକ୍ ଡ଼ାଉନ: ଦେଖନ୍ତୁ କ’ଣ ରହିବ ଖୋଲା, କ’ଣ ରହିବ ବନ୍ଦ

ଭୁବନେଶ୍ବର (ବ୍ୟୁରୋ) ଆଜି ସରୁଛି ଦ୍ବିତୀୟ ପର୍ଯ୍ୟାୟ; ଆସନ୍ତା କାଲିଠାରୁ ତୃତୀୟ ପର୍ଯ୍ୟାୟ ଲକ୍ଡ଼ାଉନ । ଅବଶ୍ୟ ପ୍ରଥମ ଦୁଇ ପର୍ଯ୍ୟାୟ ଲକ୍ଡ଼ାଉନ କରି ତୃତୀୟ ପର୍ଯ୍ୟାୟରେ ସମାନ କଟକଣା ନାହିଁ । କିଛି କ୍ଷେତ୍ରରେ କୋହଳ କରାଯାଇଛି । କିଛି କ୍ଷେତ୍ରକୁ ଅଧିକ କଡ଼ାକଡ଼ି କରାଯାଇଛି । ସଂକ୍ରମିତଙ୍କ ସଂଖ୍ୟା ଓ ଆରୋଗ୍ୟ ସଂଖ୍ୟା ଆଧାରରେ ବିଭିନ୍ନ ଅଞ୍ଚଳକୁ ରେଡ଼୍, ଅରେଞ୍ଜ, ଗ୍ରୀନ୍ ଜୋନରେ ଭାଗ କରାଯାଇଛି । ଅଲଗା ଅଲଗା ଅଞ୍ଚଳ ପାଇଁ ଅଲଗା ଅଲଗା ନିୟମ । ଗ୍ରୀନ୍ ଜୋନ୍ କଟକଣା ଟିକିଏ କୋହଳ ଓ ରେଡ଼୍ ଜୋନ କଟକଣା ଟିକିଏ କଡ଼ାକଡ଼ି । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ଜାରି କରିଛନ୍ତି ମାର୍ଗଦର୍ଶିକା । ସମସ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ସବୁ ଜୋନ୍‌ରେ ବନ୍ଦ ।  ବିମାନ, ରେଳ, ଆନ୍ତରାଜ୍ୟ ବସ ଚଳାଚଳ ଉପରେ କଟକଣା।

ରେଡ୍ ଜୋନ୍:  ରେଡ଼ ଜୋନରେ ମଲ୍, ମାର୍କେଟ କଂପ୍ଲେକ୍ସ ଓ ସହରାଞ୍ଚଳରେ ବଜାର ବନ୍ଦ  । ସାଇକେଲ୍ ରିକ୍ସା ଓ ଅଟୋ ରିକ୍ସା ଚଳାଚଳ ବନ୍ଦ  । କିଛି କଟକଣା ସହ ଚାଲିବ ଟାକ୍ସି ଓ କ୍ୟାବ୍ । ଘରୋଇ କାରରେ ଡ୍ରାଇଭର ସହ ୨ ପାସେଞ୍ଜର ଯାଇପାରିବେ । ଦୁଇଚକିଆ ଯାନ ପଛରେ କାହାକୁ ଅନୁମତି ନାହିଁ । ଓଲା ଓ ଉବେରରେ ମେଡିକାଲକୁ ରୋଗୀ ଯିବାଆସିବା କରିପାରିବେ । ଜିଲ୍ଲା ଭିତରେ ଓ ବାହାରେ ବସ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ସେଲୁନ, ସ୍ପା ବନ୍ଦ ।  ଔଷଧ ଓ ଜରୁରୀ ସାମଗ୍ରୀ ଉତ୍ପାଦନକାରୀଙ୍କୁ ଅନୁମତି  । ଗ୍ରାମାଞ୍ଚଳରେ ସମସ୍ତ ଶିଳ୍ପାଞ୍ଚଳକୁ ଅନୁମତି । ସ୍ଥାନୀୟ ଶ୍ରମିକଙ୍କୁ ନେଇ ସହରାଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଅନୁମତି । ଗ୍ରାମାଞ୍ଚଳରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ଅନୁମତି । ମାର୍କେଟ ଓ ମାର୍କେଟ କଂପ୍ଲେକ୍ସରେ ଜରୁରୀ ସାମଗ୍ରୀ ଦୋକାନ ଖୋଲିବ । ସହରାଞ୍ଚଳରେ ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଗୋଟିକିଆ, ଧାଡ଼ିକିଆ ଦୋକାନ ଖୋଲିବ । ଗ୍ରାମାଞ୍ଚଳରେ ମଲ୍ ବ୍ୟତୀତ ସବୁ ଦୋକାନ ଖୋଲିବ ।  ଜରୁରୀ ସାମଗ୍ରୀ ପାଇଁ ଇ କମର୍ସକୁ ଅନୁମତି  । ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଘରୋଇ ଅନୁଷ୍ଠାନ ହୋଇପାରିବ କାର୍ଯ୍ୟକ୍ଷମ ।

ଗ୍ରୀନ୍ ଜୋନ୍‌: ଏହି ଜୋନରେ  ଆନ୍ତଃ ରାଜ୍ୟ ମାଲବାହୀ ଗାଡ଼ି ଚଳାଚଳ କରିପାରିବ ।  ସିନେମା ହଲ୍, ଜିମ୍ନାସିୟମ, ସ୍ପୋର୍ଟସ କଂପ୍ଲେକ୍ସ ଖୋଲିବନି । ସୁଇମିଂ ପୁଲ୍, ପାର୍କ, ଥିଏଟର, ବାର୍, ଅଡିଟୋରିୟମ ମଧ୍ୟ ବନ୍ଦ ରହିବ । ଧର୍ମାନୁଷ୍ଠାନରେ ଧାର୍ମିକ ସମାବେଶକୁ କଡ଼ାକଡ଼ି ବାରଣ ।  ।  ଅନ୍ୟ ସବୁ କଟକଣା କୋହଳ । ସବୁଠାରୁ ବଡ କଥା ହେଉଛି ସବୁ ଜୋନରେ ୬୫ ବର୍ଷରୁ ଅଧିକ ବ୍ୟକ୍ତି, ଅନ୍ୟ ରୋଗରେ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ଶିଶୁଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ବିଶେଷ କାମ ନଥିଲେ ସଂଧ୍ୟା ୭ରୁ ସକାଳ ୭ ଯାଏଁ ଘରୁ ବାହାରିବା ମନା ।

ଅରେଞ୍ଜ ଜୋନ୍:   ଏହି ଜୋନରେ  ଆନ୍ତଃ ରାଜ୍ୟ ମାଲବାହୀ ଗାଡ଼ି ଚଳାଚଳ କରିପାରିବ । ସିନେମା ହଲ୍, ଜିମ୍ନାସିୟମ, ସ୍ପୋର୍ଟସ କଂପ୍ଲେକ୍ସ ଖୋଲିବନି । ସୁଇମିଂ ପୁଲ୍, ପାର୍କ, ଥିଏଟର, ବାର୍, ଅଡିଟୋରିୟମ ମଧ୍ୟ ବନ୍ଦ ରହିବ । ଧର୍ମାନୁଷ୍ଠାନରେ ଧାର୍ମିକ ସମାବେଶକୁ କଡ଼ାକଡ଼ି ବାରଣ। (ଅରେଞ୍ଜ ଜୋନ୍ ଓ ଗ୍ରୀନ୍ ଜୋନ୍ ମଧ୍ୟରେ କଟକଣା ପ୍ରାୟ ସମାନ)। କିନ୍ତୁ ଅରେଞ୍ଜ ଜୋନରେ ଚାଲି ପାରିବ ଟାକ୍ସି । ଜଣେ ଡ୍ରାଇଭର ଓ ୨ ଜଣ ଯାତ୍ରୀଙ୍କୁ ନେଇ ଟାକ୍ସି ଚାଲିବ । ୪ ଚକିଆ ଯାନରେ ଜଣେ ଡ୍ରାଇଭର ସମେତ ୨ ଜଣ ଯାତ୍ରୀ ଯାଇପାରିବେ । ତେବେ ଅନୁମତିପ୍ରାପ୍ତ କ୍ଷେତ୍ରରେ ଜିଲ୍ଲା-ଜିଲ୍ଲା ମଧ୍ୟରେ ବ୍ୟକ୍ତି ବିଶେଷ ଓ ଗାଡି ଯାଇପାରିବ । ତାସହ ଅରେଞ୍ଜ ଜୋନରୁ ଅନ୍ୟ ସବୁ କାର୍ଯ୍ୟକଳାପ ଉପରୁ କଟକଣା ହଟିଛି । 

 

Comments are closed.