୧୨ ବର୍ଷରୁ ଅଧିକ ‘କୋଭାକ୍ସିନ୍’ , ୧୮ରୁ ଅଧିକ ବୟସ୍କଙ୍କୁ ‘କୋଭିସିଲ୍ଡ’

ନୂଆଦିଲ୍ଲୀ : ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ‘କୋଭାକ୍ସିନ୍’କୁ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ପ୍ରଦାନ କରାଯାଇପାରିବ। ବହୁ ପରୀକ୍ଷାନିରୀକ୍ଷା ପରେ ଏଥିପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଅନୁମତି ଦେଇଛି। ସେହିପରି ପୁଣେଭିତ୍ତିକ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଦ୍ୱାରା ପ୍ରସ୍ତୁତ ‘କୋଭିସିଲ୍ଡ’କୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଇପାରିବ ବୋଲି ଅନୁମତି ମିଳିଛି। ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ ଉଭୟ ଟିକାକୁ ଅନୁମତି ଦିଆଯାଇଛି।

Comments are closed.