ଦୁଷ୍କର୍ମ ଫେରାର ଅଭିଯୁକ୍ତଙ୍କ କୋର୍ଟରେ ଆତ୍ମସମର୍ପଣ

ଜି.ଉଦୟଗିରି: ଜି.ଉଦୟଗିରି ଥାନା ଅନ୍ତର୍ଗତ ମାଲିକାପଡି ପଞ୍ଚାୟତ ସ୍ଥିତ ଧିରଜ କୁମାର ପ୍ରଧାନ ୨୭ ବର୍ଷ ଜୈନିକା ଯୁବତୀକୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିବା ବେଳେ, ଅଭିଯୁକ୍ତ ଧିରଜ ଗତ ଗୁରୁବାର ଦିନ ଜି.ଉଦୟଗିରି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ଗତ ୨୦.୦୬.୨୦୧୯ରେ ମାଲିକାପଡି ଗ୍ରାମର ଧିରଜ କୁମାର ପ୍ରଧାନ ସେହି ପଞ୍ଚାୟତର ଜଣେ ଯୁବତୀକୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିବା ବେଳେ ଯୁବତୀଙ୍କ ଏତଲାକୁ ଭିତିକରି ଜି.ଉଦୟଗିରି ପୋଲିସ ୭୦/୧୯ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କାବୁ କରିବାକୁ ପ୍ରୟାସ ଜାରୀ ରଖିଥିବା ବେଳେ ଗୁରୁବାର ଦିନ ଅଭିଯୁକ୍ତ ଜି.ଉଦୟଗିରି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଆତ୍ମସମର୍ପଣ କରିଥିଲେ। ପରେ ସ୍ଥାନୀୟ ପୋଲିସ ଅଭିଯୁକ୍ତର ଡାକ୍ତରୀ ମାଇନା କରାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀଣୀ ରେବତୀ ଶବର ସୂଚନା ଦେଇଛନ୍ତି।

Comments are closed.