ନଦୀ ଭିତରେ ମାଛ ମରା ବେଳେ ବିସ୍ଫୋରଣ, ଛିଣ୍ଡିଲା ପାପୁଲି

ଗୁଡ଼ଭେଳା: ଗୁଡଭେଲା ବ୍ଳକ ଅନ୍ତର୍ଗତ ଗମ୍ଭାରିଗୁଡା ପଞ୍ଚାୟତର ରାକ୍ସି ଭଟା ଗାଁର ଘଟିଛି ଏକ ଅଭାବନୀୟ ଘଟଣା। ରାକ୍ସିଭଟା ନିକଟସ୍ଥ ଏକ ଜୋରକୁ ମାଛ ମାରିବା ପାଇଁ କିଛି ଲୋକ ଯାଇଥିଲେ। ହେଲେ ମାଛ ମରା ସ୍ଥାନରେ ବିସ୍ଫୋରଣ ହେବାରୁ ଜଣେ ଯୁବକଙ୍କ ହାତ ଛିଣ୍ଡି ଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ରାକ୍ସି ଭଟା ଗାଁ ର ଦୁର୍ଯ୍ୟୋଧନ ଧରୁଆ ମାଛ ମାରିବା ପାଇଁ କିଛି ଲୋକଙ୍କ ସାହସ ଯାଇଥିଲେ। କିନ୍ତୁ ହାତରେ ବିସ୍ଫୋରଣ କରି ମାଛ ମାରିବା ପାଇଁ ଥିବା ଟୋପ ଫୁଟାଉଥିବା ସମୟ ହାତରେ ବିସ୍ପୋରିତ ହୋଇ ଯିବାରୁ ପାପୁଲି ଉଡି ଯାଇଥିବା ସୂଚନା ମିଳିଛି। ଏହାପରେ ତାଙ୍କୁ ଗୁଡଭେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପରେ ବୁର୍ଲା ନିଆ ଯାଇଛି । ଏହି ଅଞ୍ଚଳରେ ଅବାଧରେ ଖଡଙ୍ଗ, ରାହୁଲ ନଦୀରେ ପ୍ରତି ଦିନ ବିସ୍ଫୋରଣ କରି ବେଆଇନ ଭାବରେ ମାଛ ମରା ଯାଉଛି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏଭଳି ଅଘଟଣ ଦେଖିବାକୁ ମିଳିଛି।

Comments are closed.