ରେଆର୍ ପକ୍ଷରୁ ଶିଶୁ ସୁରକ୍ଷା କମିଟି କର୍ମଶାଳା ଅନୁଷ୍ଠିତ

ଗୁଡଭେଲା: ବଲାଙ୍ଗିର ଜିଲ୍ଳା ଅନ୍ତର୍ଗତ ଗୁଡଭେଲା କଲ୍ୟାଣ ମଣ୍ଡପଠାରେ ରେଆର୍ ଓ ଷ୍ଟିଚଟିଙ୍ଗ କିଣ୍ଡର ପୋଷ୍ଟ ଜିଗେଲ ନେଦରଲ୍ୟାଣ୍ଡ ସହାୟତାରେ ପଞ୍ଚାୟତ ସ୍ତରିୟ ଶିଶୁ ସୁରକ୍ଷା କମିଟିର ସଦସ୍ୟ ଓ ସଦସ୍ୟାମାନଙ୍କ ପାଇଁ ଶିଶୁ ସୁରକ୍ଷାର ଦାୟିତ୍ୱ ଓ ଭୂମିକା ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୁଡଭେଲା ଘୁନା ଦେଉଳଗୁଡି ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସାଧନ କର୍ମୀ ରାଜ କୁମାର ଦାସ ତାଲିକା ପ୍ରଦାନ କରିଥିବା ବେଳେ ଅଶୋକ କୁମାର ଝାଙ୍କର ସ୍ବାଗତ ଭାଷଣ ଦେଇଥିଲେ। ହେମାଙ୍ଗିନୀ ବାଗ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ଶେଷରେ ଧନୁର୍ଦ୍ଧର ନାଏକ ଧନ୍ୟବାଦ ଦେଇଥିଲେ।

Comments are closed.