କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଡଭେଲା: ଓଡିଶା କନିଷ୍ଟ ଶିକ୍ଷକ ସଂଘ ଗୁଡଭେଲା ବ୍ଲକ ତରଫରୁ ସଭାପତି ସୌମ୍ୟରଞ୍ଜନ ସାହୁ ନେତୄତ୍ବରେ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସମାର୍ଥ ଓ ସୁରେନ୍ଦ୍ର ସୁନାଙ୍କ ଉପସ୍ଥିତରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ବହୁ ଦିନରୁ ଦରମା ବୃଦ୍ଧି ଓ ୨୦୧୩ ଚୁକ୍ତିଭିତ୍ତିକ ନିୟମ ଅନୁସାରେ ଅନ୍ତଭୁକ୍ତ କରିବା ପାଇଁ କନିଷ୍ଠ ଶିକ୍ଷକମାନେ ଦାବି କରୁଥିଲେ ମଧ୍ୟ ସରକାର ଦାବିକୁ ଅଣଦେଖା କରି ଆସୁଛନ୍ତି। ଯଦି ଶିକ୍ଷକମାନଙ୍କ ଦାବିକୁ ସରକାର ଗୁରୁତର ସହ ନନେଇ ଅଣଦେଖା କରନ୍ତି ତେବେ ନିଜର ହକ ପାଇଁ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି। ଦାବିପତ୍ର ଦେବା ସମୟରେ ବ୍ଳକ କନିଷ୍ଠ ଶିକ୍ଷକ ସଂଘର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Comments are closed.