ଗୁଡଭେଲା ବ୍ଳକ ଏସ୍.ଇ.ଏମ୍ ଓ ପମ୍ପ ଚାଳକ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

ଗୁଡଭେଲା: ଗୁଡଭେଲା ବ୍ଳକ ଏସ୍.ଇ.ଏମ୍ ଓ ପମ୍ପ ଚାଳକ ସଂଘ ପକ୍ଷରୁ ଗୁଡଭେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ କୁମାର ନାୟକଙ୍କୁ ସଂଘର ସଭାପତି ହରିବନ୍ଧୁ ରଣାଙ୍କ ନେତୄତ୍ବରେ ଆଠ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି୍। ସମାନ କାମକୁ ସମାନ ଦରମା,୧୦ ବର୍ଷର ଏରିଆର୍ ପ୍ରଦାନ, କାର୍ଯ୍ୟ କରୁଥିବା ସମୟରେ ମୃତ୍ୟୁ ବରଣ କଲେ ୨୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଭଲି ଏହି ପରି ଆଠଟି ଦଫାର ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିରେ ସଂଘର ସମ୍ପାଦନା ହେମନ୍ତ ବଗର୍ତ୍ତ, କ୍ଷାମାଧିନି ହରପାଲ, ଅରବିନ୍ଦ ମେହେର,ହିରାଲାଲ ରଣା, ସୋମନାଥ ମେହେର, କ୍ଷିର ଭୋଇ, ଯୁଗେଶ୍ବର ମହାଳିଙ୍ଗ, ମହାଦେବ ବେଶ୍ରା, କନ୍ଦର୍ପ ନାଗ, ପଞ୍ଚାନନ୍ ରଣା, ନବୀନ ଭୋଇ, ଖଗପତି ଭୋଇ, ଲବ ଭୋଇ, ନବୀନ ଭୋଇ, ତ୍ରିଲୋଚନ ଭୋଇ ପ୍ରମୁଖ ଉପସ୍ଥିତରେ ଦାବି ପତ୍ର ପ୍ରଦାନ କରିଥିଲେ।

Comments are closed.