୨୧ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ଗୁଡଭେଲା: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରେ ଦିନକୁ ଦିନ ଗେଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ପାଟ୍ରୋଲିଂ ବେଳେ ମଙ୍ଗଳବାର ତୁଷୁରା ଗୁଡ଼ଭେଲା ରାସ୍ତା କୋଟଗାଁ ଛକଠାରେ ୨୧ କେ.ଜି ଗଞ୍ଜେଇ ଜବତ କରିଛି ପୁଲିସ। ଏକ ବାଇକ୍ ଯୋଗେ ୨ ଜଣ ଯୁବକ ଗଞ୍ଜେଇ ନେଇ ଆସୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଚଢାଉ କରିଥିଲା। ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ତୁଷୁରା ତହସିଲଦାର ରବିନ୍ଦ୍ର ପଟେଲ ମାଜିଷ୍ଟ୍ରେଟ ଭାବରେ ଉପସ୍ଥିତ ଗଞ୍ଜେଇ ଓଜନ କରାଯାଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳର ପ୍ରକାଶ ନାଏକ ଓ କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅଞ୍ଚଳର ମୁନୁ ତାଣ୍ଡି। ପୁଲିସ ଉଭୟଙ୍କୁ ଗିରଫ କରିଥିବା ବେଳେ ଆସନ୍ତା ବୁଧବାର ଦିନ କୋର୍ଟ ଚାଲାଣ କରିବ ବୋଲି ଥାନା ଅଧିକାରୀ ସଞ୍ଜିବ ପ୍ରଧାନ ସୂଚନା ଦେଇଛନ୍ତି।

Comments are closed.