ଏସଟିଏଫ ଚଢ଼ାଉ, ହାତୀ ଦାନ୍ତ ସହ ତସ୍କର ଗିରଫ

ଗୁଡଭେଲା: ହାତୀ ଦାନ୍ତ ତସ୍କରକୁ ଗିରଫ କଲା ଏସ.ଟି.ଏଫ। ବଲାଙ୍ଗିର ଜିଲ୍ଲା ଗୁଡଭେଲା ଅଂଚଳରେ ହାତୀଦାନ୍ତ ତସ୍କରୀ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ଏସ.ଟି.ଏଫ। ଟିମ ଗତକାଲି ସଂନ୍ଧ୍ୟା ୫ଟା ୩୦ରେ ଗୁଡଭେଲା ଠାରେ ଚଢଉ କରି ନିମୁରସିଂହା ଗାଁର ବିପୁଲ ବାଗ ନାମକ ଜଣେ ବ୍ୟକ୍ତିକୁ କାବୁ କରିଥିଲା। ତା ପାଖରୁ ଏକ ହାତୀଦାନ୍ତ ଜବତ କରିଛି ଏସ.ଟି.ଏଫ। ଜବତ ହୋଇଥିବା ହାତୀଦାନ୍ତର ଓଜନ ପାଖାପାଖି ୯ କେ.ଜି, ଲମ୍ୱ ୩୬.୫ ଇଂଚ ଏବଂ ଗୋଳେଇ ଏକ ଫୁଟ ବୋଲି ଜଣାପଡିଛି।

ଏସ.ଟି.ଏଫ ଏବଂ ବଲାଙ୍ଗିର ଜଂଗଲ ବିଭାଗର ଟିମ, ହାତୀଦାନ୍ତ ତସ୍କରୀରେ ସାମିଲ ଥିବା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ଜାଗାରେ ଚଢଉ ଜାରୀ ରଖିଛନ୍ତି। ବିପୁଲ ବାଗର ନିମୁର୍ସିଂହା ଗାଁରେ ଚଢଉ କରି ସେଠାରୁ ମଧ୍ୟ ମଧୁ ଭୋଇକୁ ଉଠାଇ ନେଇଛି ଏବଂ ବିଭିନ୍ନ ଘରକୁ ଯାଇ ଛାନଭିନ କରିଛି ଏସଟିଏଫଟିମ। ସୂଚନାଯୋଗ୍ୟ ଜୋର ଦେଓଗାଁ ରେଞ୍ଜର ଗୁଡ଼ଭେଳା ଫରେଷ୍ଟ ସେକ୍ସନ ଅଞ୍ଚଳରେ ବନ୍ୟ ଜନ୍ତୁ ଶିକାର ବଢ଼ିବାରେ ଲାଗିଛି। ଫଳରେ ଏ ଅଞ୍ଚଳରେ ଶିକାରୀମାନେ ଡେରା ପକାଇ ରାଜ୍ୟ ବାହାରକୁ ହାତୀ ଦାନ୍ତକୁ ଚାଲାଣ କରୁଥିବାର ଅଭିଯୋଗ ହେଉଛି। ଏଣୁ ଦେଓଗାଁ ରେଞ୍ଜ ଅଞ୍ଚଳରେ ହେଉଥିବା ଚୋରା ଚାଲାଣ ଉପରେ ନଜର ରଖିଥିଲା ଏସଟିଏଫଟିମ।

Comments are closed.