ଚାଷିକୂଳକୁ କଟା ଘାରେ ଚୁନ, ମରୁଡି ସମୟ ବିଦ୍ୟୁତ ସମସ୍ୟା ଟାଟା ଦେଖାଉଛି ନାଳି ଆଖି 

ଗୁଡିଭେଲା : ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ଗୁଡ଼ଭେଳା ଅଞ୍ଚଳରେ ମରୁଡ଼ିର ଚିତ୍ର ଦେଖାଦେଇଛି। ଅଚଳ ହୋଇ ପଡ଼ିଥିବା ଉଠା ଜଳସେଚନ ପଏଣ୍ଟ ଗୁଡିକ ଶୀଘ୍ର ମରାମତି କରିବା କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ନିର୍ଦ୍ଦେଶକୁ ପାଳନ କରିବାରେ ଆନ୍ତରିକତା ଦେଖାଉନାହାନ୍ତି ଗୁଡ଼ଭେଳା ଉଠାଜଳସେଚନ ବିଭାଗ। ତିନି ମାସ ହେଲା ଟ୍ରାନ୍ସଫର୍ମର ପୋଡିଥିଲେ ବି ଏହା ସଜାଡ଼ିବା ପାଇଁ  କୌଣସି ପଦକ୍ଷେପ ନେଉନାହାନ୍ତି ବିଭାଗୀୟ ଯନ୍ତ୍ରୀ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷିମାନ ବୃହତ ଓ କ୍ଷୁଦ୍ର ଉଠାଜଳ ସେଚନ ସହ ବିଭିନ୍ନ ଜଳ ଉତ୍ସରୁ ପାଣି ଆଣି ଚାଷ କରୁଛନ୍ତି । ହେଲେ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଛି ବିଦ୍ୟୁତ ବିଭାଗ । ତିନି ମାସ ହେବ ଜାମୁଟ ପଞ୍ଚାୟତ ଅନ୍ତର୍ଗତ ଟିକ୍ରିପଡାର ଗ୍ରାମର ବିଦ୍ୟୁତ ଟ୍ରାଫର୍ମର୍ ଫୋଡିଯିବାରୁ ୧ ନମ୍ବର ଉଠାଜଳସେଚନ ବନ୍ଦ ହୋଇ ରହିଛି । ଏହି ଉଠାଜଳ ସେଚନ ପ୍ରକଳ୍ପରେ ଗ୍ରାମର ୬୦ ଏକର ଚାଷ ଜମିରେ ପାଣି ଲାଗୁଥିବାରୁ ସୁରୁଖୁରୁରେ ଚାଷ ହେଉଥିଲା କିନ୍ତୁ ତିନି ମାସ ହେବ ଟ୍ରାନ୍ସଫରମର୍ ପୋଡି ଯିବା ଫଳରେ ଚାଷ ଜମିରେ ପାଣି ଶୁଖି ଯିବାରୁ ମରୁଡି ପରିସ୍ଥିତି ସୃଷ୍ଟି ହେଲାଣି ।

 

ନୂତନ ଟ୍ରାନ୍ସଫର୍ମର ଯୋଗାଇ ଦେବାକୁ ତୁଷୁରା ଏସଡିଓକୁ ଟିକ୍ରିପଡା ଗ୍ରାମବାସୀ ଦାବି କରିଥିଲେ। ପ୍ରଥମେ ବକେୟା ବିଦ୍ୟୁତ ବିଲ ୫୦ହଜାର ଟଙ୍କା ଦିଅ ତାପରେ ଟ୍ରାନସଫରମର ଦିଆ ଯିବ ବୋଲି  କହିଥିଲେ। ଅନ୍ୟଥା ଜିଲ୍ଲାପାଳଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରିବାକୁ ପ୍ରସ୍ତାବ ଦେଇଥିଲେ। ଏ ନେଇ ଅକ୍ଟୋବର ୨ ତାରଖରେ ଗ୍ରାମବାସୀ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଆଜି ପର୍ୟ୍ୟନ୍ତ ଜିଲାପାଳ କୌଣସି କାର୍ୟ୍ୟାନୁଷ୍ଠାନ ନେଇନଥିବାରୁ ଗ୍ରାମବାସୀ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଛି । ତେଣୁ ତୁରନ୍ତ ଏହି ବିଷୟରେ ପ୍ରଶାସନ ହସ୍ତକ୍ଷେପ କରି ସମାଧାନ ନ କଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ କରିବା ପାଇଁ ଗ୍ରାମ ଚେତାବନୀ ଦେଇଛନ୍ତି ।ଏହି ବିଷୟରେ ତୁଷୁରା ଏସଡିଓଙ୍କୁ ପଚରା ଯିବାରୁ ବକେୟା ବିଲ ପଇଠ ଏବଂ ଗ୍ରାମବାସୀ ଉପରିସ୍ଥ ଅଧିକାରୀଙ୍କୁ କହିବା ପାଇଁ ଏସଡିଓ କହିଥିବା ସ୍ବୀକାର କରିଥିଲେ ।

Comments are closed.