ଦୁଇ ସାମାଜିକ କର୍ମୀଙ୍କ ଜେଲ୍ ପରିଦର୍ଶନ

ଜି.ଉଦୟଗିରି: ଜିଲ୍ଲାର ଦୁଇ ପ୍ରମୁଖ ସ୍ବେଛାସେବୀ ସଂଗଠନ “ପ୍ରଦାତ୍ତା”ର ସମ୍ପାଦକ ପ୍ରଦୀପ କୁମାର ଦାସ ଓ “ସ୍ବାତୀ”ର ସମ୍ପାଦକ ଇ. ହରିଶଙ୍କର ରାଉତ ଆଜି ଜି ଉଦୟଗିରି ଜେଲ୍ ପରିଦର୍ଶନ କରିଛନ୍ତି।ସେଠାରେ ଥିବା ଅନ୍ତେବାସୀ ଓ ଅନ୍ତେବାସିନୀମାନଙ୍କୁ ଭେଟି ତାଙ୍କର ସୁବିଧା ଅସୁବିଧା ସହ ସ୍ବାସ୍ଥ୍ୟ ବାବଦରେ ପଚାରି ବୁଝିଥିଲେ। ବର୍ତ୍ତମାନ କାର୍ଯ୍ୟ କରାଯାଉଥିବା ଦଶ ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ବୁଲି ଦେଖିଥିଲେ। ସମ୍ପ୍ରତି ପରିସ୍ଥିତିରେ କରୋନାର ତୃତୀୟ ଲହର ଓ ଓମିକ୍ରିନର କାୟା ବିସ୍ତାରକୁ ନେଇ ସାନିଟାଇଜର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଜେଲ୍ କର୍ତ୍ତୃପକ୍ଷଙ୍କ ତରଫରୁ ସୁପରିଟେଣ୍ଡେଣ୍ଡ୍ କନ୍ୱର ଏକ୍କା, ବରିଷ୍ଠ ଫାର୍ମାଷିଷ୍ଟ ସନ୍ତୋଷ କୁମାର ସାହୁ ସହଯୋଗ କରିଥିଲେ।

Comments are closed.