ରାଇକିଆରେ ସାମ୍ବାଦିକ ସଂଘର ସାଧାରଣ ବୈଠକ

ଜି ଉଦୟଗିରି: କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବୁଧବାର ରାଇକିଆ ସ୍ଥାନୀୟ ସ୍ଵସ୍ତିକ କଲ୍ୟାଣ ମଣ୍ଡପ ଠାରେ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକକୁ ଜିଲ୍ଲା ସଭାପତି ଡ଼ ଅରୁପ କୁମାର ଜେନାଙ୍କ ସଭାପତିତ୍ବ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ସୁନିଲ ପଟ୍ଟନାୟକ,ସମ୍ପାଦକ ଅଶୋକ ପରିଡ଼ା, ବରିଷ୍ଟ ଉପଦେଷ୍ଟା ବିଦ୍ୟାଧର ପାଳ ଯୋଗ ଦେଇ ଏକ ମନ ଏକ ପ୍ରାଣ ହୋଇ ମିଳିମିଶି ସଂଘୀୟ ବ୍ୟବସ୍ଥାରେ ମନବୃତି ଦେଇ କାର୍ଯ୍ୟ କଲେ ସଂଘ ସୁଦୃଢ଼ ହେବା ସହ ସାମ୍ବାଦିକଙ୍କ ସୁରକ୍ଷା ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା। ସାଧାରଣ ସମ୍ପାଦକ ପୂର୍ବ ବୈଠକର ବିବରଣୀ ପାଠ କରି ଥିବା ବେଳେ କାର୍ଯ୍ୟ କାରୀ ସଭାପତି ଆୟବ୍ୟୟ ସମ୍ବନ୍ଧରେ ହିସାବ ଦେଇଥିଲେ।

ଏହି ବୈଠକରେ ଜିଲ୍ଲାର ଫୁଲବାଣୀ,ଜି ଉଦୟଗିରୀ,କ ନୂଆଁ ଗାଁ, ବାଲିଗୁଡା ଫିରିଙ୍ଗିଆ, ଖଜୁରୀପଡ଼ା,ଟିକାବାଲି, ରାଇକିଆ ଆଦି ବିଭିନ୍ନ ବ୍ଲକ୍ ରୁ ପଚାଶରୁ ଉର୍ଦ୍ଧ୍ବ ସାମ୍ବାଦିକ କିଶୋର ଚନ୍ଦ୍ର ସାହୁ, ରଜତ କୁମାର ନାୟକ,ଅଜିତ କୁମାର ନାୟକ ,ଜୟସେନ ପରିଡ଼ା,ସମିର ପାଢ଼ୀ, ରାମକୃଷ୍ଣ ଚଉଧୁରୀ,ପ୍ରୋମଦ ଦଣ୍ଡସେନା, ବିଜୟ ମହାନ୍ତି,ଅଶୋକ ରାୟ,ଅଭି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।ମନୋଜ କୁମାର ଦିଗାଳ ସ୍ଵାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ସଂଘର ଅନ୍ୟ ଏକ ବୈଠକ ବାଲିଗୁଡା ଠାରେ କରାଯିବାପାଇଁ ସ୍ଥିର କରାଯାଇଛି।

Comments are closed.