ସୋମବାର ଅଭିଯୋଗ ଶୁଣାଣି ନୋହିଲା, ଫେରିଗଲେ ହିତାଧିକାରୀ

ଗୁଡଭେଲା: ପ୍ରତି ସୋମବାର ଜିଲା କାର୍ଯ୍ୟାଳୟରେ ଜିଲାପାଳ ଓ ବ୍ଲକ କାର୍ଯ୍ୟାଳୟରେ ବିଡିଓମାନେ ବସି ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଓ ଗୁହାରୀ ଶୁଣିବା ପାଇଁ ରାଜ୍ୟ ସରକାର ନିୟମ ଜାରି କରିଛନ୍ତି। ହେଲେ ଏହି ନିୟମକୁ ଠିକ ଭାବରେ ଗୁଡ଼ଭେଳା ବ୍ଲକ ପ୍ରଶାସନ ପାଳନ କରୁନଥିବା ଅଭିଯୋଗ ହୋଇଛି।

 

ସୋମବାର ଗୁଡଭେଲା ବ୍ଳକ କାର୍ୟ୍ୟାଳୟକୁ ମନରେଗା ପାଉଣା, ଇନ୍ଦିରା ଆବାସ, ଭତ୍ତା, ଠିକା କାମର ବିଲ ଭଲି ନିଜର ନିଜର ଅଭିଯୋଗ ଜଣାଇବା ପାଇଁ ଦିନ ୧୦ ଟାରୁ ୨ଟା ପର୍ଯ୍ୟନ୍ତ ବ୍ଳକ କାର୍ଯ୍ୟାଳୟରେ ଅପେକ୍ଷା କରି ରହିଥିଲେ। ଅଭିଯୋଗ ଶୁଣିବା ପାଇଁ କେହି ଅଧିକାରୀ ଉପସ୍ଥିତ ନଥିବାରୁ ହିତାଧିକାରୀ ଅଭିଯୋଗ କରି ନ ପାରି ଫେରି ଯାଇଥିବା ଜଣାପଡ଼ିଛି। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Comments are closed.