ଗୁଡଭେଲା ପଞ୍ଚାୟତ ସମିତିର ପ୍ରଥମ ବୈଠକ; ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ

ଗୁଡଭେଲା : ବଲାଙ୍ଗିର ଜିଲ୍ଲା  ଗୁଡଭେଲା ପଞ୍ଚାୟତ ସମିତିର ପ୍ରଥମ ବୈଠକ ସ୍ଥାନୀୟ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବନିର୍ବାଚିତ  ଅଧ୍ୟକ୍ଷା ବେବି ଦୋରା ସଭାପତିତ୍ୱ କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ କୁମାର ନାଏକ ସଭା ପରିଚାଳନା କରିଥିଲେ । ଏଥିରେ ୧୩ଟି ପଞ୍ଚାୟତର ସରପଞ୍ଚ ଓ ସମିତି  ସହ ବ୍ଳକର  ସମସ୍ତ କର୍ମଚାରୀ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।  ସମସ୍ତ ଜନପ୍ରତିନିଧିମାନେ ନିଜ ନିଜର ପରିଚୟ ପ୍ରଦାନ କରିବା ସହ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା  ଓ ବିକାଶ ପାଇଁ ସଭାରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ପାନୀୟ ଜଳ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।ଏଥିରେ ୬ ନଂ ଜୋନଂ  ଜିଲ୍ଳା ପରିଷଦ ସଭ୍ୟର ରାମ ନିବାସ ଅଗ୍ରୱାଲ କନିଷ୍ଠ ଯନ୍ତ୍ରୀ ପ୍ରମୋଦ ମହାପାତ୍ରଙ୍କୁ ପଚାରିଥିଲେ ଦେଉଳଗୁଡି ପାନୀୟ ଜଳ ପ୍ରକଳ୍ପ  କେବେ ଶେଷ ହେବ ଏବଂ ଲୋକକେ କେବେ ପାନିୟ ଜଳ  ପାଇବେ ବୋଲି ପ୍ରଶ୍ନ କରିବା ସହ ଠିକାଦାର ମନମାନୀ ଯୋଗୁ  ବିଳମ୍ବରୁ ନିଜର ଏକ ଅସନ୍ତୋଷ ପ୍ରକାଶ କରିଥିଲେ ।ସେହିପରି ଜାମୁଟ ପଞ୍ଚାୟତର ସମିତି ସଭ୍ୟ ରହେନମାଳ, ଟିକ୍ରାପଡା, ଜାମୁଟ ସହ ସାନଙ୍ଗରଗାଁର ପାନିୟ ଜଳ ସମସ୍ୟା ରହିଛି । ଏହାର ସମାଧାନ କେବେ କରାଯିବ ବୋଲି ଯନ୍ତ୍ରୀ ପଚାରିବା ସହ ବ୍ଳକର ଡୁଙ୍ଗିବିହାଲ, ଜାମମୁଣ୍ଡା ଗାଁର  ସମସ୍ୟା ରହିଛି କାହିଁକି ସମାଧାନ କରାଯାଉ ନାହିଁ ବୋଲି ପଚରାଯିବାରୁ କନିଷ୍ଠ ଯନ୍ତ୍ରୀ ନିରୁତ୍ତର ହୋଇ ରହିଯାଇଥିଲେ ।ଏହାସହ ତେନ୍ତୁଳିଖୁଣ୍ଟି ପଞ୍ଚାୟତର  ପେନ୍ଦିମୁଣ୍ଡା ଗାଁ ସହ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ଡାହିମାଳରେ ମଧ୍ୟ ଜଳ ସମସ୍ୟା ରହିଛି ଏହା ତୁରନ୍ତ ଏହା ସ୍ଥାୟୀ ସମାଧାନ ପାଇଁ ସରପଞ୍ଚ ଗୃଦା ନନ୍ଦ ଯନ୍ତ୍ରୀଙ୍କ ଦୃଷ୍ଟିକୁ ନେଇଥିଲେ ।
ତେନ୍ତୁଳିଖୁଣ୍ଟି ପଞ୍ଚାୟତର ସମିତି ସଭ୍ୟା ଲଳିତା ସାହୁ ବ୍ଳକରେ ଗତ ପାଞ୍ଚ ବର୍ଷ ପାନୀୟ ଜଳ ପାଇଁ  କୋଟି କୋଟି ଟଙ୍କା ଖର୍ଚ୍ଚ କରି ମଧ୍ୟ ବ୍ଳକରେ କାହିଁକି ଏହିପରି ସମସ୍ୟା ଦେଖାଯାଉଛି ବୋଲି ଅଧ୍ୟକ୍ଷାଙ୍କୁ କହିଥିଲେ । ଏହାର ପାଲଟା ଜବାବ ରଖିଥିଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅଶୋକ ଦୋରା ଏହାର ଉତ୍ତର ଦେବେ ଅଧିକାରୀମାନେ ବୋଲି କହିଥିଲେ ।ଏହାପରେ କୃଷି ଉପରେ ଆଲୋଚନା ହେଇଥିଲା ।ଆଗାମୀ ଖରିଫ ଚାଷ ପାଇଁ ଚାଷୀମାନେ କିପରି କମ୍ ଦାମରେ ବିହନ ପାଇ ପାରିବେ ଏବଂ ବ୍ଳକରେ ଥିବା ସମସ୍ତ ବିହନ ବିକ୍ରି କେନ୍ଦ୍ରଗୁଡିକର ତାଲିକା ପଞ୍ଚାୟତକୁ ଦେବା ପାଇଁ ସରପଞ୍ଚମାନେ ଦାବି କରିଥିଲେ । ଶିକ୍ଷା ବିଭାଗ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାରମ୍ବାର ଅନୁପସ୍ଥିତ ରହିଆସୁଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ବିଇଓକୁ ବଦଳି କରିବା ପାଇଁ ରିଜୋନୋସନ କରି ଜିଲ୍ଲାପାଳ ଦେବାକୁ ସଭ୍ୟମାନେ  ବିକ୍ଷୋଭ ସହ ଦାବି କରିଥିଲେ ।
ରହେନମାଳ, କଲୋନୀପଡା, ଲଖାର୍ପଦର ଗାଁର ବିଦ୍ୟାଳୟଗୁଡିକ କିପରି ପୁନର୍ବାର ଖୋଲାଯାଉ ବୋଲି ତାହା ଏବିଇଓ ସୁରେନ୍ଦ୍ର ସୁନା ନିର୍ଦ୍ଦେଶ ଦେଇଥିଲେ ।ଏହାପରେ ଆଇସିଡିଏସ୍ ବିଭାଗର ଆଲୋଚନା ହୋଇଥିଲା ବ୍ଳକର ବିଭିନ୍ନ  ଅଙ୍ଗନବାଡି କେନ୍ଦ୍ର ଗୁଡିକ ପୁରଣା ହୋଇ ଯାଇଥିବାରୁ ଏହାର ମରାମତି କରାଯିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା ।ସମରା,ଭୂଆପଡା ଓ ଲଖାରପଦର ଗାଁରେ ଅଙ୍ଗନବାଡି କେନ୍ଦ୍ରରେ ଲାଗି ଥିବା ସମସ୍ୟା ଗୁଡିକ ତୁରନ୍ତ ସମାଧାନ ପାଇଁ ଦାବି କରାଯାଇଥିଲା ।ଭେଟେନେରୀ ବିଭାଗ ତାର କାମ ଭଲଭାବରେ ସମ୍ପାଦନ କରୁନଥିବାରୁ ଅସନ୍ତୋଷ  ପ୍ରକାଶ କରିବା ସହ ଗୁଡଭେଲାରେ ସ୍ଥାୟୀ ଷ୍ଟକ୍ ମେନ ଦେବା ପାଇଁ ଭିଏସ୍ କୁ ଦାବି କରିଥିଲେ । ଗୁଡଭେଲା ୧୧/୩୩ ଗ୍ରୀଡ ପ୍ରାୟ ୭ ବର୍ଷ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବାର ସହ ଖରା ଦିନରେ ଅଘୋଷିତ ବିଦ୍ବୂତ କାଟ ପାଇ ଲୋକେ ନାହିଁ ନ ଥିବାରୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ।
ହେଲେ ଏହିପରି ଗୁରୁତ୍ୱ ପୂର୍ଣ୍ଣ ବିଭାଗର ଅଧିକାରୀ ବୈଠକରେ ଅନୁପସ୍ଥିତ ରହିଥିବାରୁ କୌଣସି ଆଲୋଚନା ହୋଇ ପାରି ନ ଥିଲା ।ସେହି ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ମଧ୍ୟ ଅନୁପସ୍ଥିତ ରହି ବିପିଏଲକୁ ପଠେଇ ଥିବାରୁ ଉଦବେଗ ପ୍ରକାଶ କରିବା ସହ ତାହା ମଧ୍ୟ ଆଲୋଚନା ପାଇ ପାରିନଥିଲା ।ଆଗାମୀ ୨୪ ତାରିଖରେ ରବି ଧାନ କିଣା ଆରମ୍ଭ ହେବାକୁ ଥିବା ବେଲେ ଗତ ଖରିଫ ଧାନ କିଣାରେ ବିଭିନ୍ନ ପ୍ରକାର ସମସ୍ୟା ସମ୍ମୁଖୀନ ହୋଇଥିଲେ ଚାଷୀମାନେ ହେଲେ ଏହି ବୈଠକରେ କୌଣସି ଆଲୋଚନା ପାରି ନଥିଲା ।ସେହିପରି ବ୍ଳକର ବିଭିନ୍ନ ଉନ୍ନୟନ କାମ ପାଇଁ ମଧ୍ୟ କୌଣସିକୁ ଆଲୋଚନା ହୋଇ ପାରିନଥିଲା ।ଏହାସହ ୭ଟି ଷ୍ଟାଟିଙ୍ଗ କମିଟି ଗଠନ କରାଯିବା ସହ କୌଣସି କାରଣ ବଷତଃ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତରେ  ରହିଥିଲେ ସଭାପତି ଦାଇଦ୍ବ ତୁଲାଇବା ପାଇଁ ଅନ୍ୟ ତିନି ଜଣ ସଭ୍ୟ ବଛା ଯାଇଥିଲା ।ଏଥିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ ଷଡ଼ଙ୍ଗୀ, ଜିପିଓ ସାଗର ସାହୁ,ଏପିଓ ପ୍ରମାନନ୍ଦ ମିଶ୍ର,କନିଷ୍ଠ ଯନ୍ତ୍ରୀ ଅମରେଶ ମେହେର,ଶୁଶାନ୍ତ ବାରିକ,ମୁକୁଲିତ ଖାଖା,ଯୋଗାଣ ନିରିକ୍ଷକ ପ୍ରଶାନ୍ତ ପଧାନ,ଦୀପକ ମାରାଣ୍ଡି,ସିଡିପିଓ ପ୍ରତିମା ଚୋପଦାର,ବ୍ଳକ କୃଷି ଅଧିକାରୀ ପ୍ରମୋଦ ବଡପଣ୍ଡା,ଗୁଡଭେଲା ଫରେଷ୍ଟର  ମଧୁସୂଦନ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.