ଗୁରୁବାର ଜିଏସ୍‌ଟି ପରିଷଦ ବୈଠକ

ବୈଠକ ପୂର୍ବରୁ ମିଳିପାରେ ରାଜ୍ୟଗୁଡିକୁ ଜିଏସଟି କ୍ଷତିପୂରଣ

ନୂଆଦିଲ୍ଲୀ : ଗୁରୁବାର ବସିବାକୁ ଯାଉଛି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ପରିଷଦ ବୈଠକ ରାଜ୍ୟଗୁଡିକୁ ଜିଏସଟି ବାବଦ କ୍ଷତିପୂରଣ ପ୍ରଦାନ ନେଇ ଏବେ ବି କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ବିବାଦ ଜାରି ରହିଛି। ପରିଷଦର ଶେଷ ବୈଠକରେ ଏନେଇ କୌଣସି ପ୍ରକାର ସହମତି ହୋଇପାରି ଥିଲା। ଜିଏସଟି କ୍ଷତିପୂରଣ ପ୍ରଦାନ କ୍ଷେତ୍ରରେ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଦୁଇଟି ବିକଳ୍ପ ଦେଇଥିଲେ। କେତେକ ରାଜ୍ୟ ଏଥିରେ ରାଜି ହୋଇଥିବାବେଳେ ​‌​‌କେତେତକ ଏହାକୁ ଅଗ୍ରାହ୍ୟ କରିଥିଲେ। ତେବେ ଗୁରୁବାର ବୈଠକ ପୂର୍ବରୁ ରାଜ୍ୟଗୁଡିକୁ ଖୁସି କରିବା ଲାଗି କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ଏହି ପ୍ରସଙ୍ଗରେ ମୁହାଁମୁହିଁ ହେବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ଜିଏସଟି କ୍ଷତିପୂରଣ ବାବଦ ସମସ୍ତ ଅର୍ଥ ରାଶି ପ୍ରଦାନ କରିବ ବୋଲି ଜଣାପଡିଛି ଚଳିତବର୍ଷ ଜିଏସଟି ରାଜସ୍ବ ସଂଗ୍ରହରେ କେନ୍ଦ୍ର .୩୫ ଲକ୍ଷ କୋଟି ଟଙ୍କାର ଏକ ନିଅଣ୍ଟିଆ ସ୍ଥିତିର ସମ୍ମୁଖୀନ ହେବ ବୋଲି ଆକଳନ କରାଯାଇଛି ବଳକା ରାଶିକୁ ଉଭୟ କେନ୍ଦ୍ର ରାଜ୍ୟର ସହମତି ଅନୁସାରେ ଯେଉଁ ନିଷ୍ପତ୍ତି ନିଆଯିବ ସେହି ଅନୁସାରେ ପଦକ୍ଷେପ ନିଆଯିବ

Comments
Loading...