ଡିସେମ୍ବର : ଜିଏସଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ
୧ ଲକ୍ଷ ୧୫ ହଜାର ୧୭୪ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ

ନୂଆଦିଲ୍ଲୀ : ଦେଶରେ ସାମଗ୍ରୀ ଏବଂ ସେବା କର ଜିଏସଟି ଲାଗୁ ହେବା ପରଠାରୁ ଗତ ମାସରେ ରେକର୍ଡ ପରିମାଣ ରାଜସ୍ୱ ସଂଗ୍ରହ ହୋଇଛି। ଡିସେମ୍ବର ୨୦୨୦ରେ ସଂଗ୍ରହ ହୋଇଥିବା ମୋଟ ଜିଏସ୍ଟି ରାଜସ୍ୱ ହେଉଛି ୧ ଲକ୍ଷ ୧୫ ହଜାର ୧୭୪ କୋଟି ଟଙ୍କା। ସଂଗୃହିତ ରାଜସ୍ୱ ଗତ ଆର୍ଥିକ ବର୍ଷରେ ଏହି ଅବଧିରେ ଜିଏଓଟି ରାଜସ୍ୱଠାରୁ ୧୨ ପ୍ରତିଶତ ଅଧିକ। ସେହିପରି ଡିସେମ୍ବର ୨୦୨୦ର ରାଜସ୍ୱ ନଭେମ୍ବରର ଆୟ ତୁଳନାରେ ଯଥେଷ୍ଟ ଅଧିକ, ଯାହା ପ୍ରାୟ ୧ ଲକ୍ଷ ୪ ହଜାର ୯୬୩ କୋଟି ଟଙ୍କା ଥିଲା`
ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୧ ମାସ ମଧ୍ୟରେ ଏହା ହେଉଛି ମାସିକ ରାଜସ୍ବ ସଂଗ୍ରହ କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧି। ଦ୍ରୁତ ଅର୍ଥନୈତିକ ପୁନରୁଦ୍ଧାର ମହାମାରୀର ପରର ମିଳିତ ପ୍ରଭାବ ଏବଂ ଜିଏସଟି ଫାଙ୍କି ବିରୁଦ୍ଧରେ ଦେଶବ୍ୟାପୀ କାର୍ଯ୍ୟକ୍ରମ ଏବଂ ନିକଟରେ ପ୍ରଚଳିତ ଅନେକ ବ୍ୟବସ୍ଥିତ ପରିବର୍ତ୍ତନ ଯୋଗୁଁ ଏହା ସମ୍ଭବ ହୋଇଛି।