ସୁଧୁରୁଛି ଅର୍ଥନୀତି, ସେପ୍ଟେମ୍ବରରେ ଜିଏସଟି ସଂଗ୍ରହ ସର୍ବାଧିକ

ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଚଳିତ ବର୍ଷ ସେପ୍ଟେମ୍ବରରେ ଦ୍ରବ୍ୟ ଏବଂ ସେବା କର – ଜିଏସଟି ସଂଗ୍ରହ ପରିମାଣ ଗତ ୬ ମାସ ମଧ୍ୟରେ ସର୍ବାଧିକ ରହିଛି। ଏହା ଦେଶର ଅର୍ଥନୈତିକ କ୍ଷେତ୍ର ସୁଧାର ହେଉଥିବା ସୂଚିତ କରୁଛି ବୋଲି ମନ୍ତ୍ରାଳୟ କହିଛି। ସେପ୍ଟେମ୍ବର ମାସରେ ମୋଟ ଦ୍ରବ୍ୟ ଏବଂ ସେବା କର ରାଜସ୍ୱ ସଂଗ୍ରହ ୯୫ ହଜାର ୪୮୦ କୋଟି ଟଙ୍କା ଥିଲା। ସେପ୍ଟେମ୍ବରରେ ରାଜସ୍ୱ ସଂଗ୍ରହ ଚଳିତ ଆର୍ଥିକ ସମୟରେ ଏପର୍ଯ୍ୟନ୍ତ ସର୍ବାଧିକ ଅଟେ।

ମୋଟ ଜିଏସଟି ସଂଗ୍ରହ ମଧ୍ୟରେ କେନ୍ଦ୍ରୀୟ ଜିଏସଟି ୧୭ ହଜାର ୭୪୧ କୋଟି ଟଙ୍କା, ରାଜ୍ୟ ଜିଏସଟି ୨୩ ହଜାର ୧୩୧ କୋଟି ଟଙ୍କା, ସମନ୍ଵିତ ଜିଏସଟି ୪୭ ହଜାର ୪୮୪ କୋଟି ଟଙ୍କା ଏବଂ ୭ ହଜାର ୧୨୪ କୋଟି ଟଙ୍କା ସେସ୍ ରହିଥିବା ଜଣାପଡିଛି। ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ସେପ୍ଟେମ୍ବର ମାସରେ ନିୟମିତ ସମାଧାନ ପରେ କେନ୍ଦ୍ର ସରକାରଙ୍କ ଜିଏସଟି ରାଜସ୍ୱ ପରିମାଣ ୩୯ ହଜାର କୋଟିରୁ ଅଧିକ ଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ମିଳିଥିବା ମୋଟ ଜିଏସଟି ରାଜସ୍ୱ ପରିମାଣ ୪୦ ହଜାର ୧୨୮ କୋଟି ଟଙ୍କା ରହିଛି। ମନ୍ତ୍ରଣାଳୟ କହିଛି ଯେ ଗତ ବର୍ଷ ଏହି ସମୟ ଠାରୁ ଚଳିତ ବର୍ଷ ଜିଏସଟି ପରିମାଣ ଚାରି ପ୍ରତିଶତ ଅଧିକ ରହିଛି।

Comments are closed.