ଗ୍ରାମ ରୋଜଗାର ସେବକଙ୍କ ଆତ୍ମାହୁତି ଉଦ୍ୟମ, ୧୦ ମାସ ହେଲା ପାଇନାହାନ୍ତି ଦରମା

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳର ଜଣେ ଗ୍ରାମ ରୋଜଗାର ସେବକ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି। ସେ ହେଉଛନ୍ତି ଉତ୍କଳ ମଳିକ। ସେ ବାସୁଦେବପୁର ବ୍ଲକ ବିଡ଼ିଓଙ୍କ ଅଫିସ ମଧ୍ୟକୁ ପ୍ରବେଶ କରି ନିଜ ଦେହରେ କିରାସିନି ଢାଳି ହୋଇ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ଅଫିସରେ କାର୍ଯ୍ୟରତ ଅନ୍ୟ କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ। ଦୀର୍ଘ ୧୦ ମାସ ହେବ ସେ ଦରମା ପାଇନଥିବାରୁ ସେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

ସେ କହିଛନ୍ତି ଯେ ସେ ଏ ବିଷୟରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜଣାଇବା ସହ ପୂର୍ବରୁ ଅନଶନରେ ମଧ୍ୟ ବସିଥିଲେ। ବିଡ଼ିଓ ବାରମ୍ବାର ପ୍ରତିଶୃତି ଦେଇ ମଧ୍ୟ ଦରମା ନ ଦେବା ଯୋଗୁ ଉତ୍କଳ ମାନସିକ ଭାରସାମ୍ୟ ହରାଇ ଏଭଳି କରିଥିବା ଜଣାପଡିଛି।

Comments are closed.