ସମ୍ବଲପୁର ସୁନାପାଲିରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ଅନ୍ୟଜଣେ ଗୁରୁତର

ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଓରାମପଡ଼ାରେ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଧନୁପାଲି ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଏହି ସଂଘର୍ଷରେ ଭୁଜାଲି ମାଡରେ ଜଣଙ୍କର ଅନ୍ତଃବୁଜୁଳା ବାହାରି ପଡିଥିବା ସୂଚନା ମିଳିଛି। ମୃତକ ଜଣକ ସରଲାକାନିର ଗଣେଶ ଓରାମ ଓରଫ ବାଙ୍କେ ଓ ତାଙ୍କର ବୟସ ୨୦ ବର୍ଷ ବୋଲି ଜଣାପଡିଛି। ଗୁରୁତର ହେଉଛନ୍ତି ଲବ ଓରାମ ଓ ତାଙ୍କର ବୟସ ମଧ୍ୟ ୨୦ ବର୍ଷ।

ଗୁରୁତର ଆହତ ଆକ୍ରମଣରେ ବର୍ତ୍ତୀ ଯାଇ ଆହତ ଅବସ୍ଥାରେ ପ୍ରାୟ ୨ କିମି ଦୂର ସାରଳା କାନି ସ୍ଥିତ ଘରକୁ ପହଁଚି ଥିଲେ। ପରେ ପିସିଆର ତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଛି। ପେସାରେ ଦୁଇ ଯୁବକ ରଙ୍ଗ ମିସ୍ତ୍ରୀ ହୋଇଥିବା ବେଳେ ପୁଲିସ ଏ ପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ଟେର ପାଇପାରି ନାହିଁ। ସଦର ଏସ୍ଡିପିଓ ତପନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.