କନ୍ୟାର ପାଦଛୁଇଁ ଆଶୀର୍ବାଦ ନେଲା ବର

ନୂଆଦିଲ୍ଲୀ: ଆମ ସଂସ୍କୃତିରେ ସାଧାରଣତଃ ବିବାହ ଉତ୍ସବରେ ବର ଓ କନ୍ୟା ବିବାହ ବେଦୀରେ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବଦ୍ଧ ହେବାପରେ କଣେ କନ୍ୟା ପାଇଁ ତାଙ୍କର ବର ଭଗବାନ ପାଲଟି ଯାଆନ୍ତି। ଦୁହେଁ ସେଠାରେ ଉପସ୍ଥିତ ବୟୋଜ୍ୟେଷ୍ଠ ବନ୍ଧୁ ପରିଜନ ଓ ପରିବାର ଲୋକଙ୍କ ପାଦ ଛୁଇଁ ସେମାନଙ୍କର ଆଶୀର୍ବାଦ କାମନା କରିଥାନ୍ତି। କିନ୍ତୁ ନିକଟରେ ଆମ ଦେଶରେ ଅନୁଷ୍ଠିତ ଏକ ବିବାହ ଉତ୍ସବରେ ଏଭଳି ଏକ ଘଟଣା ଘଟିଥିଲା, ଯାହା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ବିଷୟ ପାଲଟିଛି।

ଜଣେ ଯୁବକ ବର ବେଶରେ ସଜ୍ଜିତ ହୋଇ କନ୍ୟା ଘରେ ନିଜ ସହିତ ବରଯାତ୍ରୀଙ୍କୁ ଧରି ପହଞ୍ଚିଥିଲେ। ସେଠାରେ ହିନ୍ଦୁ ରୀତି ନୀତି ଅନୁଯାୟୀ ବିବାହ ସଂପନ୍ନ ହେବାପରେ କନ୍ୟା ଉଠି ବରର ପାଦଛୁଇଁ ଆଶୀର୍ବାଦ ନେବାକୁ ଯିବାବେଳେ ବର ସେଥିପାଇଁ ବାରଣ କରିଥିଲେ। ତାହା ପରିବର୍ତ୍ତେ ବର ତାଙ୍କ ନବବିବାହିତା ପତ୍ନୀଙ୍କ ପାଦ ଛୁଇଁ ଆଶୀବାର୍ଦ କାମନା କରିଥିଲେ। ଏଥିପାଇଁ ପ୍ରସ୍ତୁତ ନଥିବା ନବବିବାହିତା କନ୍ୟା ଜଣକ ବସ୍ତୁତଃ ପଛକୁ ଦୁଇପାଦ ଡେଇଁ ପଡିଥିଲେ। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାପରେ ଏହାକୁ ନିୟୁତାଧିକ ଦର୍ଶକ ଦେଖିସାରିଛନ୍ତି। ଏହା ପରସ୍ପର ପ୍ରତି ସମ୍ମାନବୋଧର ପ୍ରତୀକ ବୋଲି ଅନେକ ମତ ଦେଇଛନ୍ତି।

Comments are closed.