ପଠାନକୋଟ ସେନା ଛାଉଣୀ ଫାଟକ ନିକଟରେ ଗ୍ରେନେଡ ବିସ୍ଫୋରଣ

ଜମ୍ମୁ: ଜମ୍ମୁ କାଶ୍ମୀରର ପଠାନକୋଟସ୍ଥିତ ସେନା ଛାଉଣୀର ଫାଟକ ନିକଟରେ ଗ୍ରେନେଡ ବିସ୍ଫୋରଣ ଘଟିଛି । ଏହାପରେ ସେନା ଛାଉଣୀର ସମସ୍ତ ଫାଟକ ସମେତ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ଜମ୍ମୁ କାଶ୍ମୀର ପୁଲିସ ସେଠାରେ ପହଞ୍ଚି ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛନ୍ତି । ପଠାନକୋଟରେ ଥିବା ସମସ୍ତ ପୁଲିସ ଚୌକିକୁ ସଜାଗ କରିଦିଆଯାଇଛି । ଜଣାଯାଇଛି ଯେ ସୋମବାର ପ୍ରତ୍ୟୁଷରେ ପଠାନକୋଟର ଧିରପଲଠାରେ ଥିବା ସେନା ଛାଉଣୀର ତ୍ରିବେଣୀ ଫାଟକ ନିକଟରେ ଏହି ଗ୍ରେନେଡ ବିସ୍ଫୋରଣ ଘଟିଛି । ଉକ୍ତ ଅଞ୍ଚଳ ଦେଇ ଏକ ବିବାହ ଶୋଭାଯାତ୍ରା ଯାଉଥିବାବେଳେ କିଛି ଅଜ୍ଞାତ ବ୍ୟକ୍ତି ମୋଟରସାଇକେଲରେ ଆସି ସେଠାରେ ଗ୍ରେନେଡ ମାଡ କରି ଚାଲିଯାଇଥିଲେ । ଏହି ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । ବିସ୍ଫୋରିତ ଗ୍ରେନେଡର କିଛି ଅଂଶକୁ ଉକ୍ତ ସ୍ଥାନରୁ ପୁଲିସ ଜବତ କରିଛି ।

Comments are closed.