ସିଆରପିଏଫ ୧୧୫ ବାଟାଲିୟନ ଉପରେ ଆତଙ୍କୀ ଆକ୍ରମଣ : ୩ ଜବାନ ଆହତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଗନ୍ଦରବଲରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଗ୍ରେନେଡ୍ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ତିନିଜଣ ଯବାନ ଆହତ ହୋଇଛନ୍ତି । ଆହତ ଜବାନ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସ୍ଥାନୀୟ ଅଞ୍ଚଳକୁ କର୍ଡନ କରାଯାଇଛି।

ସୂଚନାଯୋଗ୍ୟ, ଆତଙ୍କବାଦୀମାନେ ସିଆରପିଏଫର ୧୧୫ ତମ ବାଟାଲିୟନ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତିନିଜଣ ଜବାନ ଆହତ ହୋଇଥିଲେ । ତେବେ ଜବାନମାନେ କେବଳ ସାମାନ୍ୟ ଆହତ ହୋଇଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣରେ ତିନି ଜଣ ଜବାନ ସାମାନ୍ୟ ଆହତ ହୋଇଛନ୍ତି ବୋଲି ଗନ୍ଦରବଲ ଏସଏସପି ଖାଲିଲ ପୋସୱାଲ କହିଛନ୍ତି।

Comments are closed.