ଡାଲମିଆ ସିମେଂଟକୁ ସବୁଜ ମାନ୍ୟତା

ନୂଆଦିଲ୍ଲୀ: ଅଗ୍ରଣୀ ଭାରତୀୟ ସିମେଂଟ ଉତ୍ପାଦନକାରୀ ଡାଲମିଆ ସିମେଂଟ (ଭାରତ)ଲିମିଟେଡ, ଏକୀକୃତ ଆବାସ ମୂଲ୍ୟାଙ୍କନ (ଜିଆରଆଇଏଚଏ) ପରିଷଦ ପାଇଁ ସବୁଜ ଉତ୍ପାଦ ମୂଲ୍ୟାୟନରୁ ସବୁଜ ମାନ୍ୟତା ପାଇବାରେ ଭାରତର ପ୍ରଥମ ସିମେଂଟ କମ୍ପାନୀ ହୋଇପାରିଛି । ଜଳବାୟୁ ପରିବର୍ତନକୁ ମୁକାବିଲା କରିବା ପାଇଁ ଶକ୍ତି ଏବଂ ସମ୍ବଳ ପ୍ରତିଷ୍ଠାନ (ଟିଇଆରଆଇ) ଏବଂ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ୱାରା ମିଳିତ ଭାବରେ ସ୍ଥାପିତ ଜିଆରଆଇଏଚଏ ଭାରତର ସବୁଜ ଅଟ୍ଟାଳିକା ପାଇଁ ରାଷ୍ଟ୍ରୀୟ ମୂୂଲ୍ୟାୟନ ବ୍ୟବସ୍ଥା । ଏହି ସମ୍ମାନଜନକ ମାନ୍ୟତା ଉପରେ ମନ୍ତବ୍ୟ ଦେଇ ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ – ବିକ୍ରୟ, ମାର୍କେଟିଂ ଏବଂ ଲଜିଷ୍ଟିକ୍ସ, ଡାଲମିଆ ସିମେଂଟ (ଭାରତ)ଲିମିଟେଡ, ସଞ୍ଜୟ ୱାଲୀ କହିଛନ୍ତି, ଜିଆରଆଇଏଚଏରୁ ଏହି ସବୁଜ ମାନ୍ୟତା ପ୍ରାପ୍ତ କରିବାରେ ଭାରତର ପ୍ରଥମ ସିମେଂଟ କମ୍ପାନୀ ହେବା ଅତ୍ୟନ୍ତ ଗର୍ବର ବିଷୟ । ସକାରତ୍ମକ ପରିବେଷିୟ ତଥା ସାମାଜିକ ପ୍ରଭାବ ସୃଷ୍ଟି କରିବା ତଥା ଆମର ବ୍ୟବସାୟ ଦର୍ଶନ ‘ସ୍ୱଚ୍ଛ ଏବଂ ସବୁଜ ଲାଭଜନକ ଏବଂ ସ୍ଥାୟୀ’କୁ ଆଗକୁ ବଢାଇବା ଦିଗରେ ଆମ ଯାତ୍ରାର ଏକ ବଡ ପଦକ୍ଷେପ ଭାବରେ ଆମେ ଏହାକୁ ଦେଖିଥାଉ । ଆମେ ଉଦାହରଣ ଦେଇ ଆଗକୁ ବଢିବା ଜାରି ରଖିବୁ ଏବଂ ଅଙ୍ଗାରକାମ୍ଳ ପାଦଚିହ୍ନ ହ୍ରାସ କରିବାରେ ଏବଂ ଏକ ଧୂସରରୁ ସବୁଜ ବାସ୍ତବତାକୁ ପରିବର୍ତନ କରିବାରେ ସ୍ଥାୟୀ ଅଭ୍ୟାସଗୁଡିକର ବ୍ୟବସାୟିକ ପ୍ରାସଙ୍ଗିକତାକୁ ଗୁରୁତ୍ୱ ଦେବୁ ।

Comments are closed.