ରାହୁଲଙ୍କ ମୁଣ୍ଡରେ ଲେଜର ଲାଇଟ୍‍ ନୁହଁ ମୋବାଇଲ ଆଲୋକ ପଡିଥିଲା : ଏସ୍‍ପିଜି

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଅମେଠି ଲୋକସଭା ଆସନ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ସୁରକ୍ଷା ତ୍ରୁଟି ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଏ ନେଇ କଂଗ୍ରେସର ୩ ବରିଷ୍ଠ ନେତା ତଦନ୍ତ କରିବା ପାଇଁ ଗୃହ ମନ୍ତ୍ରାଳୟ ମନ୍ତ୍ରୀ ରାଜନାଥ ସିଂହକୁ ପତ୍ର ଲେଖିଛନ୍ତି।
ରାହୁଲ ଗାନ୍ଧୀ ଅମେଠି ପାଇଁ ନାମଙ୍କନ ପତ୍ର ଦାଖଲ କରିବା ପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ସମୟରେ ରାହୁଲ ଗାନ୍ଧୀଙ୍କ ମୁଣ୍ଡରେ ସବୁଜ ରଙ୍ଗର ଲେଜର ଲାଇଟ ଟାର୍ଗେଟ କରିଥିବା କଂଗ୍ରେସ ଅଭିଯୋଗ କରିଛି।
ଏହାକୁ ନେଇ ଗୃହ ମନ୍ତ୍ରାଳୟ କହିବା ଅନୁସାରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ତ୍ରୁଟିକୁ ନେଇ କୌଣସି ପତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ। ଏହି ସୂଚନା ମିଳିବା ପରେ ଆମେ ଏସ୍‍ପିଜି ନିର୍ଦ୍ଦେଶକଙ୍କ ରିପୋର୍ଟ ମାଗିଛୁ। ପରେ ଏସପିଜି ନିର୍ଦ୍ଦେଶକଙ୍କ କହିବା ଅନୁସାରେ ରାହୁଲ ଗାନ୍ଧୀଙ୍କ ମୁଣ୍ଡରେ ପଡିଥିବା ସବୁଜ ଲାଇଟ ଏଆଇସିସି ଫଟୋଗ୍ରାଫର ଦ୍ୱାରା ବ୍ୟବହାର କରାଯାଉଥିବା ମୋବାଇଲର ବୋଲି ଜଣାପଡିଛି।
ଏହି ଘଟଣା ୟୁପି ପ୍ରଶାସନ ଦ୍ୱାରା ବହୁତ ବଡ ତ୍ରୁଟି ବୋଲି କଂଗ୍ରେସ ନିଜର ପତ୍ରରେ ଉଲ୍ଲେଖ କରିଛି। କୌଣସି ରାଜନୈତିକ ମତଭେଦ ନ ରଖି ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯାଉ ବୋଲି କଂଗ୍ରେସ ଦାବି କରିଛି।

Comments are closed.