ଜାଭିୟର୍ସ ସ୍କୁଲରେ ‘ସବୁଜ ଦିବସ’ ଉତ୍ସବ

ଚୌଦ୍ୱାର : ଛାତ୍ରଛାତ୍ରୀ ମାନଙ୍କୁ ପୃଥିବୀର ପରିବେଶ ଓ ଏହାର ମନୋରମ ସବୁଜିମାର ସୁରକ୍ଷା ସମ୍ପର୍କରେ ସଚେତନ କରିବା ଲକ୍ଷରେ ଚୌଦ୍ୱାରସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲରେ ‘ସବୁଜ ଦିବସ’ ଉତ୍ସବ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ସବୁଜିମା ଭରା ପୃଥିବୀ ଓ ପରିବେଶ ସମ୍ପର୍କିତ ଚିତ୍ରାଙ୍କନ, ରାକ୍ଷୀ ପ୍ରସ୍ତୁତି, ପରିବେଶ ସୁରକ୍ଷା ଉପରେ ସ୍ଳୋଗାନ୍ ଓ ପୋଷ୍ଟର ପ୍ରସ୍ତୁତି, ବର୍ଜ୍ୟ ବସ୍ତୁରୁ ବିଭିନ୍ନ ଉପଯୋଗୀ ସମାଗ୍ରୀ ପ୍ରସ୍ତୁତି, ସବୁଜ ଖାଦ୍ୟ ପ୍ରସ୍ତୁତି, ବକ୍ତୃତା, ରଚନା ଓ ଲିଖନ ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ପ୍ରସ୍ତୁତ କରିଥିବା ସବୁଜ ଖାଦ୍ୟ, ସବୁଜ ସାମଗ୍ରୀ, ସବୁଜ ଚିତ୍ର ଆଦିକୁ ନେଇ ଆୟୋଜିତ ଏକ ପ୍ରଦର୍ଶନୀକୁ ବିଦ୍ୟଳୟର ଛାତ୍ରଛାତ୍ରୀ,ଅଭିଭାବକ ଓ ବହୁ ସ୍ଥାନୀୟ ଲୋକ ବୁଲି ଦେଖିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶକ୍ତି ପ୍ରସାଦ ମହାନ୍ତିଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଜ୍ଞା ପାରମିତା ମହାନ୍ତି, ୱାହିଦା ରେହେମାନ୍, ମାର୍ଗାରେଟ ବିହାରୀ, ମୋନିସା ମହାନ୍ତି, ସବିତା ଲେଙ୍କା, ମିନତୀ ପାତ୍ର, ଶୁଭଶ୍ରୀ ପରିଡ଼ା, ରାଜଶ୍ରୀ ପରିଡ଼ା ଆଦି ଶିକ୍ଷୟତ୍ରୀ ଓ ବିଦ୍ୟାଳର କର୍ମକର୍ତ୍ତା ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Comments are closed.