ରୋଷେଇ କରି ଜେଜେ ମା’ ପାଇଲେ ‘ସିଲଭର୍‌ ପ୍ଲେ ବଟନ୍’

ମହାରାଷ୍ଟ୍ରର ଏକ ଗ୍ରାମୀଣ ଅଞ୍ଚଳର ସାଧାରଣ ଘରର ମହିଳା ହେଉଛନ୍ତି ସୁମନ୍ ଧାମନେ। ୭୦ ବର୍ଷୀୟା ସୁମନ୍‌ଙ୍କ ରୋଷେଇରେ ଖୁବ୍ ରୁଚି। ବୋହୂମାନେ ଯେତେ ଭଲ ରୋଷେଇ କଲେ ମଧ୍ୟ ସୁମନ୍ କିନ୍ତୁ ନିଜ ହାତରନ୍ଧା ପରଷା ହିଁ ପ୍ରଥମେ ପିଲାଙ୍କ ପାଖେ ରଖିଥାନ୍ତି। ଦେଶବିଦେଶର କୌଣସି ଖବର ରଖିବାରେ ତାଙ୍କର ରୁଚି ନାହିଁ। ନିଜ ଘର ସଂସାରକୁ ନେଇ ବେଶ୍ ଖୁସି ଥିବା ସୁମନ୍‌ଙ୍କ ୟୁ-ଟ୍ୟୁବ୍‌ ପ୍ରଶଂସକଙ୍କ ସଂଖ୍ୟା ଏଥିମଧ୍ୟରେ ୬ମିଲିୟନ୍ ଛୁଇଁଛି। ପ୍ରଶଂସକଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ନିକଟରେ ମଫସଲର ଏଇ ମହିଳାଜଣକ ୟୁ-ଟ୍ୟୁବ୍ ସିଲଭର୍ ପ୍ଲେ ବଟନ୍‌‌‌ ସମ୍ମାନ ପାଇଛନ୍ତି। ଇଂରାଜୀ ନା ତାଙ୍କୁ କହିଆସେ ନା ସେ ବୁଝିପାରନ୍ତି। ଲକ୍-ଡାଉନ୍ ପୂର୍ବରୁ ନାତି ୟଶ୍‌ ଛୁଟି ପାଇଁ ଘରକୁ ଆସିଥାଏ। ସେ ବିଭିନ୍ନ ୟୁ-ଟ୍ୟୁବ୍ ଚ୍ୟାନେଲ୍‌ରେ ରନ୍ଧା କାର୍ଯ୍ୟକ୍ରମ ଦେଖିବା ସମୟରେ ଜେଜେ ମା’ ସୁମନ୍ ମଧ୍ୟ ପାଖରେ ବସି ଦେଖନ୍ତି। ଥରୁଟିଏ ଗୋଟିଏ ବ୍ୟଞ୍ଜନ ଦେଖୁଥିବା ସମୟରେ ସୁମନ୍ କହିଲେ, ସେ ଏହା ଠାରୁ ଭଲରେ ରାନ୍ଧିପାରିବେ। ଏଇ କଥା କହି ସେ ରାନ୍ଧିବାକୁ ଗ​‌​‌ଲେ। ସେଇ ବ୍ୟଞ୍ଜନର ସ୍ବାଦ ପରିବାର ସଦସ୍ୟଙ୍କ ଦ୍ବାରା ଖୁବ୍ ପ୍ରଶଂସିତ ହେଲା। ନାତି ୟଶ୍ ଭାବିଲେ, ଜେଜେମା’ ଏଇ ଗୁଣକୁ ୟୁ-ଟ୍ୟୁବ୍‌ ଚ୍ୟାନେଲ କରି ପ୍ରଦର୍ଶିତ କରିବାକୁ। ମହାରାଷ୍ଟ୍ରର ସ୍ଥାନୀୟ ଭାଷା ଅନୁସା‌େ‌ର ଚ୍ୟାନେଲ୍‌ର ନାମ ‘ଆପାଲି ଆଜି’ ରଖାଯିବାବେଳେ ସମ୍ପୂର୍ଣ୍ଣ ପାରମ୍ପରିକ ବ୍ୟଞ୍ଜନ ହିଁ ଏଥିରେ ପ୍ରଦର୍ଶିତ ହେଲା। ନିଜ ସ୍ମାର୍ଟଫୋନ୍‌ରେ ୟଶ୍ ସେସବୁ ସୁଟିଂ କରି ଅପ୍‌ଲୋଡ କରୁଥାନ୍ତି। ଜେଜେମା’ଙ୍କୁ ବିଭିନ୍ନ ମସଲାର ଇଂରାଜୀ ନାମ ଜଣାନଥିବାବେଳେ ୟଶ୍ ହିଁ ଏସବୁ ତାଙ୍କୁ ଅବଗତ କରାଉଥିଲେ। ଜେଜେ ମା-ନାତି ଦୁହେଁ ଏଇ ରୋଷେଇ ଚ୍ୟାନେଲ୍ ପାଇଁ ଅକ୍ଳାନ୍ତ ପରିଶ୍ରମ କଲେ। ମାସ କେଇଟା ପ​‌​‌ରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। ଲୋକେ ୟୁ-ଟ୍ୟୁବ୍ ଚ୍ୟାନେଲ୍ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି। ହେଲେ ସୁମନ୍ ସାଧାରଣ ଗୃହିଣୀ ଭାବେ କ୍ୟାରିୟର ଆରମ୍ଭ କଲେ। ଅଧିକାଂଶ ପ୍ରଶଂସକ କହିଛନ୍ତି ସୁମନ୍‌ଜୀଙ୍କର ହସହସ ମୁହଁ ଓ କଥାକୁହା ଶୈଳୀ ହିଁ ଆକୃଷ୍ଟ କରିଥାଏ। ୭୦ ବର୍ଷୀୟା ସୁମନ୍‌‌ ପ୍ରଶଂସକଙ୍କ ବରାଦ୍ ଅନୁସାରେ ଏବେ ରୋଷେଇ ଅପଲୋଡ କରୁଛନ୍ତି। ଘରୋଇ ମସଲା ତିଆରି କରିବାର ପ୍ରଣାଳୀ ଶିଖାଉଥିବାବେଳେ ନିଜ ୟୁ-ଟ୍ୟୁବ୍ ଯାତ୍ରାର ଅନୁଭୂତି ସମ୍ପର୍କରେ ସୁମନ୍୍ଙ୍କ ମତ ହେଲା, ସେ କିଛି ବୁଝିପାରୁନାହାନ୍ତିି। ନାତି ୟଶ୍ କଥା ମାନି ସେ ଲୋକପ୍ରିୟ ହୋଇଥିବାର କହିଛନ୍ତି।

Comments are closed.