ମୂଷାଖୋରୀ ପଞ୍ଚାୟତରେ ଗ୍ରାମସଭା ଓ ସଫେଇ ଅଭିଯାନ 

ପାଟଣା :  ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତରେ ଗ୍ରାମସଭା ଓ ସ୍ୱଚ୍ଛ ଭାରତ କାର୍ଯକ୍ରମ ସରପଞ୍ଚ ଭାମାମଣି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ସାହୁ ଗ୍ରାମସଭାରେ ଉପସ୍ଥିତ ଗ୍ରାମବାସୀଙ୍କୁ ଗ୍ରାମସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ‌ଜଣାଇବା ସହ ପଞ୍ଚାୟତ ଅଞ୍ଚଳରୁ ଶିଶୁ ଶ୍ରମିକ ପ୍ରଥାର ବିଲୋପ, ବାଲ୍ୟ ବିବାହ ନିଷେଧ, ୬ ରୁ ୧୪ ସମସ୍ତ ଶିଶୁଙ୍କୁ ଶିକ୍ଷା ଆଦି ବିବିଧ ପ୍ରସଙ୍ଗ ଉପରେ ସୂଚନା ଦେଇଥିଲେ। ଏଠାରେ ଉପସ୍ଥିତ ନୋଡାଲ ଅଧିକାରୀଙ୍କ ସହ ସମିତି ସଭ୍ୟା ଦମୟନ୍ତୀ ବାରିକ, ନାଏବ ସରପଞ୍ଚ ଚିନାମଣି ଦାସ, ଗ୍ରାମ ରୋଜଗାର ସେବକ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଓ ବୀରେନ୍ଦ୍ର ବାରିକଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ, ଗ୍ରାମବାସୀ , ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ଓ ସମସ୍ତ ୱାର୍ଡ ସଦସ୍ୟ ସଦସ୍ୟା ମାନେ ଗ୍ରାମସଭାରେ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଗ୍ରାମସଭା ଶେଷରେ ସମସ୍ତେ ମିଳିତ ଭାବେ ମୂଷାଖୋରୀ ଗ୍ରାମରେ ସଫେଇ ଅଭିଯାନରେ ସାମିଲ ହୋଇଥିଲେ ।

Comments are closed.