ଇଏସ୍‌ଆଇସି ପରିସରଭୁକ୍ତ ହେବେ ମାସିକ ତିରିଶ ହଜାର ପାଉଥିବା ବେତନଧାରୀ

ନୂଆଦିଲ୍ଲୀ  : ମାସିକ ତିରିଶ ହଜାର ଟଙ୍କା ପାଉଥିବା ବେତନଧାରୀମାନଙ୍କ ପାଇଁ ଭଲ ଖବର । କାରଣ କେନ୍ଦ୍ର ସରକାର ଏବେ ଇଏସ୍‌ଆଇସିର ପରିସର ବୃଦ୍ଧି କରିବାକୁ ବିଚାର କରୁଛନ୍ତି । ଏହି ଅନୁଯାୟୀ, ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଅଧିକରୁ ଅଧିକ କର୍ମଚାରୀଙ୍କୁ ଇଏସ୍‌ଆଇସି ପରିସରଭୁକ୍ତ କରାଯିବ । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଇଏସଆଇସିର ପରିସର ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି । ଯେଉଁ କର୍ମଚାରୀମାନଙ୍କ ମାସିକ ବେତନ ୩୦,୦୦୦ ଟଙ୍କା ରହିଛି ସେମାନଙ୍କୁ ମେଡିକାଲ ଏବଂ କ୍ୟାଶ ବେନିଫିଟ ବା ନଗଦ ଅର୍ଥ ଲାଭ ଦିଆଯାଉ । ବର୍ତ୍ତମାନ ଯେଉଁ କର୍ମଚାରୀମାନଙ୍କ ମାସିକ ବେତନ ୨୧,୦୦୦ ଟଙ୍କା ରହିଛି ସେମାନେ କେବଳ ଇଏସ୍‌ଆଇ ଯୋଜନାର ଲାଭ ଉଠାଉଛନ୍ତି । ଏହି କର୍ମଚାରୀମାନଙ୍କର ବୀମାଭୁକ୍ତ କରାଯାଇଛି । କୋଭିଡ୍‌ ମହାମାରୀ କାରଣରୁ ବହୁ ସଂଖ୍ୟାରେ ଲୋକ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଇଏସ୍‌ଆଇସି ସଂଯୁକ୍ତ ନିୟମ ​‌କୋହଳ କରି ଅଧିକ ସଂଖ୍ୟାରେ ​‌ଲୋକଙ୍କୁ ଏହାର ପରିସରଭୁକ୍ତ କରିବାକୁ ଚାହୁଁଛନ୍ତି ।

Comments are closed.