ଜେନେରିକ୍‍ ଔଷଧ ଦୋକାନ ସଂଖ୍ୟା ବୃଦ୍ଧି କରାଯିବ : ଡି.ଭି. ସଦାନନ୍ଦ ଗୌଡ଼ା

ବେଙ୍ଗାଲୁରୁ : ବର୍ତ୍ତମାନ ଦେଶରେ ଥିବା ପାଞ୍ଚ ହଜାର ଜେନେରିକ୍‍ ଔଷଧ ଦୋକାନ ସଂଖ୍ୟା ବୃଦ୍ଧି କରାଯିବ ଏବଂ ସେହି ଔଷଧ ଦୋକାନଗୁଡ଼ିକୁ ଔଷଧ ଯୋଗାଣ କ୍ଷେତ୍ରରେ ଉନ୍ନତି କରାଯିବ ବୋଲି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା କହିଛନ୍ତି।

ସୋମବାର ବେଙ୍ଗାଲୁରୁଠାରେ ସାମ୍ବାଦିକମାନଙ୍କୁ ସେ  କହିଛନ୍ତି, ଜନଔଷଧୀ କେନ୍ଦ୍ରଗୁଡ଼ିକରେ ଔଷଧ ସୂଚୀ ମଧ୍ୟ ବୃଦ୍ଧି କରାଯିବ । ନିଜ ନିଜ ମନ୍ତ୍ରଣାଳୟର ୧୦୦ ଦିନିଆ ଯୋଜନା ରୂପାୟନ ସଂକ୍ରାନ୍ତରେ ପ୍ରସ୍ତାବ ପଠାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିବା ସେ କହିଛନ୍ତି । ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡ଼ିକରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରାଯିବା ପ୍ରଶ୍ନ ଉପରେ ଶ୍ରୀ ଗୌଡ଼ା କହିଛନ୍ତି, ଆଞ୍ଚଳିକ ଆଶା ଆକାଂକ୍ଷାକୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ହିନ୍ଦୀ ଭାଷାକୁ ବାଧ୍ୟତା ଭାବେ ଲାଗୁ କରିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରସ୍ତାବ ନାହିଁ। ତାଙ୍କ ରାଜ୍ୟରେ ତିନୋଟି ଭାଷାନୀତି ବଳବତ୍ତର ରହିବ ବୋଲି ସେ କହିଛନ୍ତି ।

Comments are closed.